Pratidin TV

Odisha's Digital News Platform

ମହଙ୍ଗା ପଡିଲା ସଫ୍ଟୱେୟାର୍ ଅପଡେଟ୍‌: ଆପଲ୍ ଗଣିବ ୬ ହଜାର କୋଟିର ଫାଇନ୍‌

1 min read

ନୂଆଦିଲ୍ଳୀ: ଟେକ୍ ଜାୟାଣ୍ଟ ତଥା ବିଶ୍ୱର ଅଗ୍ରଣୀ ଫୋନ୍ ନିର୍ମାଣକାରୀ ସଂସ୍ଥା ଆପଲକୁ ଲାଗିଛି ବଡ ଝଟକା । ପୂର୍ବରୁ ଅନେକ ଥର ବିବାଦରେ ଫସିଥିବା ଆପଲ୍ ଶେଷରେ ନିଜ ଜାଲରେ ନିଜେ ଫସିଛି । ସଫ୍ଟୱେୟାର ଅପଡେଟ୍ ବାହାନାରେ ଫୋନକୁ ଧିମା କରିବା ନେଇ ପୂର୍ବରୁ ଏକାଧିକ ଥର ଅଭିଯୋଗ ଆସିଥିବା ବେଳେ ଚଳିତ ଥର ଫସିଯାଇଛି ଆପଲ୍ । କଞ୍ଜ୍ୟୁମର କୋର୍ଟରେ ଆପଲ୍ ଉପରେ ଲାଗୁ କରାଯାଇଛି ୬ ହଜାର କୋଟିର ଜରିମାନା । ଆପଲ୍ ପକ୍ଷରୁ ସଫ୍ଟୱେୟାର ଅପଡେଟ୍ ବାହାନାରେ ଅପରେଟିଂ ସିଷ୍ଟମକୁ ସ୍ଲୋ କରି ଦେଉଥିଲା । ଏହାକୁ କୋର୍ଟରେ ପ୍ରମାଣିତ କରିବା ସହ ଆପଲକୁ ୭୫୦ ମିଲିୟନ୍ ୟୁରୋ ବା ୬୧୬୧ କୋଟି ଟଙ୍କାର ଅର୍ଥଦଣ୍ଡ ଦିଆଯାଇଛି ।

ନୂତନ ଫୋନ୍ ଲଞ୍ଚ କରିବା ପୂର୍ବରୁ ଆପଲ୍ ପକ୍ଷରୁ ଏଭଳି ଅପଡେଟ୍ କରାଯାଏ । ଯାହାଫଳରେ ପୁରୁଣା ଫୋନ୍ ସ୍ଲୋ ହୋଇଯାଏ ଏବଂ ଗ୍ରାହକ ନୂତନ ଫୋନ୍ କିଣିବାକୁ ବାଧ୍ୟ ହୋଇଥାନ୍ତି । ଗ୍ରାହକ ଅଧିକାର ଲଢେଇ କରୁଥିବା ଜଷ୍ଟିନ୍ ଗୁଟମ୍ୟାନଙ୍କ ପକ୍ଷରୁ ବ୍ରିଟେନର ଏକ କୋର୍ଟରେ ଏହି ମାମଲା ରୁଜୁ କରାଯାଇଥିଲା । ତେବେ ଆପଲ୍ ପକ୍ଷରୁ କୁହାଯାଇଛି, ଉଦ୍ଦେଶ୍ୟମୂଳକ ଭାବରେ କମ୍ପାନୀ ଏମିତି କରିନାହିଁ । କମ୍ପାନୀ ପକ୍ଷରୁ ଏହାର ଉତ୍ପାଦକୁ ଉତ୍କୃଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଥାଏ । ତେବେ ଗୁଟମ୍ୟାନ୍ କହିଛନ୍ତି ଆଇଫୋନର ବ୍ୟାଟେରୀ ଅଧିକ ପ୍ରଭାବିତ ହେବା ସହିତ ଫୋନ୍ ଗରମ ହୋଇ ଯାଇଥାଏ । ଏହି କାରଣରୁ ଗ୍ରାହକ ଫୋନ୍ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥାନ୍ତି ।

Advertisement

Leave a Reply

Your email address will not be published. Required fields are marked *