Pratidin TV

Odisha's Digital News Platform

ଡାକ୍ତର ପରି  ଆପଲ୍ ଓ୍ବାଚ୍‌  ବଞ୍ଚାଇଲା ଗର୍ଭବତୀଙ୍କ ଜୀବନ ..

1 min read

 ଆପଲ୍ ଓ୍ବାଚ୍‌ ବଞ୍ଚାଇଲା ଗର୍ଭବତୀଙ୍କ ଜୀବନ ଏକଥା ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ମନରେ ପ୍ରଶ୍ନ ଉଠିବ ଆପଲ୍ ୱାଚ୍ କାହାର ଜୀବନ କେମିତି  ରକ୍ଷା କରିଛି।

ସୂଚନା ଅନୁସାରେ, ଆପଲ୍ ୱାଚ୍ ଶିଶୁ ଦୃଦ୍‌ରୋଗ ବିଶେଷଜ୍ଞ ରେଚଲ ମନାଲୋ ଏବଂ ତାଙ୍କ ଗର୍ଭସ୍ଥ ଶିଶୁର ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଛି। ୩୩ ସପ୍ତାହର ଗର୍ଭବତୀ ଥିବା ମନାଲୋ ହୃତ୍‌ ସ୍ପନ୍ଦନ ବଢିବା ନେଇ ଅନୁଭବ କରିବା ପରେ ହୃଦୟର ସ୍ଥିତି ଜାଣିବା ପାଇଁ ଘଣ୍ଟାର ଇକେଜି(ଇଲେକ୍ଟ୍ରୋକାର୍ଡିଓଗ୍ରାମ) ଫଙ୍କ୍‌ସନ୍‌ର ବ୍ୟବହାର କରିଥିଲେ। ସେ କିଛିଦିନ ହେବ ମୁଣ୍ଡ ବୁଲାଇବା, ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଏବଂ ଅସ୍ୱାଭାବିକ ଭାବରେ କ୍ଳାନ୍ତ ଅନୁଭବ କରୁଥିଲେ, କିନ୍ତୁ ସେ ଏସବୁ ଲକ୍ଷଣକୁ ଗର୍ଭାବସ୍ଥାର ଏକ ଅଂଶ ଭାବି ଅଣଦେଖା କରିଥିଲେ।

Advertisement

ଜଣେ ହୃଦ୍‌ରୋଗ ବିଶେଷଜ୍ଞ ଭାବେ ମନାଲୋ ଜାଣିଥିଲେ ଯେ, ତାଙ୍କର ଲକ୍ଷଣ ଅସ୍ୱାଭାବିକ ଥିଲା, କିନ୍ତୁ ଯେତେବେଳେ ତାଙ୍କ ହୃତ୍‌ ସ୍ପନ୍ଦନ ମିନିଟ ପ୍ରତି ୧୫୦ ବିଟରେ ପହଞ୍ଚିଲା, ଯାହା ସାଧାରଣ ୬୦-୧୦୦ ସୀମାଠାରୁ ଅଧିକ ଥିଲା ସେତେବେଳେ ସେ ଚିନ୍ତିତ ହୋଇଯାଇଥିଲେ। ତାଙ୍କ ଆପଲ୍ ୱାଚ୍‌ର ଇକେଜି ରିଡିଙ୍ଗ୍‌ ଅସ୍ପଷ୍ଟ ଫଳାଫଳ ଦେଖାଇଲା, ଯାହା ତାଙ୍କୁ ତୁରନ୍ତ ଚିକିତ୍ସା ସହାୟତା ନେବାକୁ ପ୍ରେରଣା ଦେଇଥିଲା।

ମାତୃ ଓ ଭୃଣ ଚିକିତ୍ସା ବିଶେଷଜ୍ଞ ଟିନା ଗୁୟେନ୍ ଏହି ସମସ୍ୟାକୁ ଶୀଘ୍ର ଚିହ୍ନଟ କରିଥିବାରୁ ଆପଲ୍ ୱାଚ୍‌କୁ ପ୍ରଶଂସା କରିଥିଲେ। ସେ ବୁଝାଇଥିଲେ ଯେ, ଗର୍ଭାବସ୍ଥାରେ ଏ ପ୍ରକାର ହୃଦୟ ସମସ୍ୟା ପ୍ରାଣଘାତୀ ହୋଇପାରେ। ଗୁୟେନ୍ ଏହା ମଧ୍ୟ କହିଥିଲେ ଯେ, ସ୍ମାର୍ଟ ୱାଚ୍ ଭଳି ସ୍ୱାସ୍ଥ୍ୟ ଉପକରଣ ଉପଯୋଗୀ ତଥ୍ୟ ପ୍ରଦାନ କରିଥାଏ, କିନ୍ତୁ ରୋଗୀମାନେ ତଥ୍ୟର ସଠିକ୍ ଅର୍ଥ ଜାଣିବାକୁ ସର୍ବଦା ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍।

Leave a Reply

Your email address will not be published. Required fields are marked *