Pratidin TV

Odisha's Digital News Platform

ଆଜିଠୁ BSKY କାର୍ଡ ପାଇଁ ଅନଲାଇନ୍ ଆବେଦନ , ଶେଷ ତାରିଖ ଜାଣି ଶୀଘ୍ର କରିନିଅନ୍ତୁ ଆବେଦନ ….

1 min read

ଭୁବନେଶ୍ୱର ; ଆଜିଠୁ ବିଏକେୱାଇ କାର୍ଡ ପାଇଁ ଅନଲାଇନ୍ ଆବେଦନ । ଜାନୁଆରୀ ୧୬ ତାରିଖ ଯାଏଁ ମୋ ସେବାକେନ୍ଦ୍ରରେ ପଞ୍ଜୀକରଣ କରିପାରିବେ ହିତାଧୀକାରୀ । ଏହା ସମ୍ପୂର୍ଣ୍ଣ ଦେୟ ମୁକ୍ତ ରହିବ । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସକେୱାଇନବୀନ ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ( www.bskynabin.odisha.gov.in) ଜରିଆରେ ଜଣେ ବ୍ୟକ୍ତି ଆବେଦନ କରିପାରିବେ।

କେଉଁମାନେ ଏହାକୁ ଆବେଦନ କରିପାରିବେ –
ଯେଉଁମାନେ ସରକାରୀ ଚାକିରି କରିନାହାନ୍ତି, କି ଇନ୍କମ୍ ଟ୍ୟାକ୍ସ ଦେଉନାହାନ୍ତି, କିନ୍ତୁ ସେମାନଙ୍କ ପାଖରେ ରାସନକାର୍ଡ ନାହିଁ, ସେମାନେ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଅନଲାଇନ୍ ଆବେଦନ କରିପାରିବେ ।

ଯେଉଁ ମାନଙ୍କ ପାଖରେ ବିଏସକେୱାଇ କାର୍ଡ ଓ ରାସନ୍ କାର୍ଡ ଅଛି, ସେମାନଙ୍କୁ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ ।

ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲ ନିର୍ଦ୍ଧାରିତ ଗୁରୁତର ଅର୍ଥାତ୍ କ୍ରିଟିକାଲ କଣ୍ଡିସନରେ ଥିବା ରୋଗୀମାନଙ୍କୁ ଏହି କାର୍ଡ ମାଧ୍ୟମରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଇପାରିବେ । ଏହି କାର୍ଡ ପ୍ରତି ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସାର ବ୍ୟବସ୍ଥା ରହିଛି ।

Leave a Reply

Your email address will not be published. Required fields are marked *