Pratidin TV

Odisha's Digital News Platform

ସୁନ୍ଦର ତ୍ୱଚା ସହ ଓଠକୁ ନରମ ରଖିବାକୁ ମୁହଁରେ ଲଗାନ୍ତୁ ଏହି ଶାଗର ପେଷ୍ଟ

1 min read

ନୂଆଦିଲ୍ଲୀ : ଶାଗରେ ଭରି ରହିଥାଏ ଅନେକ ପୋଷକ ତତ୍ତ୍ୱ । ଯାହା ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ । ବିଭିନ୍ନ ପ୍ରକାର ଶାଗ ଖାଇଳେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଭଳି ଏକ ଶାଗ ଅଛି ଯାହାକୁ ଖାଇଲେ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଆଜି ଆମେ ଆଫଣଙ୍କୁ ସେହ ଶାଗ ବିଷୟରେ ଜଣାଇବୁ ଯାହାକୁ ଖାଇଲେ ଆପଣ ତ୍ୱଚାରେ ପରିବର୍ତ୍ତନ ହୋଇଥାଏ । ତେବେ ସେ ଅନ୍ୟ କୌଣସି ଶାଗ ନୁହେଁ । ସେ ହେଉଛି ସଜନା ଶାଗ । ଆସନ୍ତୁଜାଣିବେ ଏହାକୁ କେଉଁ ଉପାୟରେ ବ୍ୟବହାର କରିବେ ।ପ୍ରଥମେ ସଜନାଶାଗକୁ ଶୁଖାଇ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ । ଏକ ଚାମଚ ଶାଗ ଗୁଣ୍ଡରେ ଅଧା ଚାମଚ ଲେମ୍ବୁରସ, ୧ ଚାମଚ ଲେଖାଏ ମହୁ ଏବଂ ଗୋଲାପଜଳ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହାକୁ ମୁହଁରେ ଲଗାଇ ୧୦ ମିନିଟ୍ ଶୁଖିବାକୁ ରଖନ୍ତୁ । ପରେ ନଖ ଉଷୁମ ପାଣିରେ ମୁହଁ କୁ ଭଲ ଭାବେ ଧୋଇଦିଅନ୍ତୁ । ଏହାଦ୍ୱାରା ତ୍ୱଚାରେ ରିଙ୍କଲ ମାର୍କ ଦେଖାଯାଇ ନ ଥାଏ ।

ଏହା ତ୍ୱଚାକୁ ସଫା, ଟାଇଟ୍ ରଖିବା ସହ ବୟସର ସମସ୍ୟା ଦୂରକରି ୟଙ୍ଗ ଏବଂ କୁଲ ଲୁକ୍ ଦେଇଥାଏ । ସଜନାଶାଗ ଖାଇବା ସହ ଏହାର ଗୁଣ୍ଡ ଲଗାଇବା ବି ତ୍ୱଚା ପାଇଁ ଅତିଧିକ ଲାଭଦାୟକ ହୋଇଥାଏ । ଏଥିରେ କୋଲାଜେନ୍ ପ୍ରୋଟିନ୍ ର ମାତ୍ରା ଅଧିକ ରହିଛି । ଫଳରେ ଏହାକୁ ବ୍ୟବହାର କରିବା ଦ୍ୱାରା ସ୍କିନ୍ ଟାଇଟ୍ ଏବଂ ସୁନ୍ଦର ଦେଖାଯାଏ । ସ୍କିନ୍ ଟୋନ୍ ଡାର୍କ ଥିଲେ ସଜନାଶାଗ ପେଷ୍ଟକୁ ଲଗାଇ ପାରିବେ । ଏହା ସ୍ପଟ୍‌ଲେସ୍ କରିବା ସହ ସ୍କିନ୍‌ଟୋନ୍ ବଢ଼ାଇ ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରେ ।

Advertisement

ସଜନାତେଲରେ ଆଣ୍ଟିବ୍ୟାକ୍ଟେରିଆର ଗୁଣ ଭରି ରହିଥାଏ, ଯାହାକି ମୁହଁରେ ଉଠୁଥିବା ବ୍ରଣ ସମସ୍ୟା ଦୂର କରିଥାଏ । ଏହାର ପେଷ୍ଟକରି ବି ଆପଣ ବ୍ରଣ ହୋଇଥିବା ସ୍ଥାନରେ ଲଗାଇଲେ ଉପକୃତ ହେବେ । ଓଠ ପାଇଁ ମଧ୍ୟ ସବୁଠୁ ଭଲ ମଶ୍ଚରାଇଜର ଭାବେ କାମ କରିଥାଏ ସଜନାତେଲ । ଏଥିପାଇଁ ବିଭିନ୍ନ ଲିପ୍ କେୟାର ପ୍ରଡକ୍ଟ ଗୁଡ଼ିକରେ ଏହାକୁ ବ୍ୟବହାର କରାଯାଇଥାଏ । ଯାହାଫଳରେ ଓଠ ପାଇଁ ଲାଭ ଦାୟକ ହୋଇଥା ସଜନା ପେଷ୍ଟ ।

Leave a Reply

Your email address will not be published. Required fields are marked *