Pratidin TV

Odisha's Digital News Platform

IPS ଆଶିଷ ସିଂଙ୍କ ବଦଳି , ଗୃହ ବିଭାଗର ଓଏସଡି ଭାବେ ମିଳିଲା ନିଯୁକ୍ତି

1 min read

ଗତକାଲି ଆଇଏସ୍ ଏବଂ ଆଜି ଆଇପିଏସ୍ ସ୍ତରରେ ବଡ ଅଦଳବଦଳି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଓଚଝ ଆଶିଷ ସିଂଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ନିର୍ବାଚନ ସମୟରେ ବିବାଦରେ ଫସିଥିଲେ ଆଶିଷ । ନିର୍ବାଚନ ସମୟରେ ସେ ବିଜେଡି ପାଇଁ କାମ କରୁଥିବା ବିଜେପି ଅଭିଯୋଗ କରିଥିଲା ।

ଏମିତି କି ତାଙ୍କ ଛୁଟିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ନିଜକୁ ଅସୁସ୍ଥ ଦର୍ଶାଇ ଛୁଟି ନେଇ ବିଜେଡି ଦଳ ପାଇଁ କାମ କରୁଥିଲେ ଆଶିଷ । ଏନେଇ ବିଜେପି ଅଭିଯୋଗ କରିବା ପରେ ନିର୍ବାଚନ ଆୟୋଗ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆଉ ସେ ସମ୍ପୂର୍ଣ୍ଣ ଥିବା ଜାଣିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ ।

Advertisement

ତେବେ ନିର୍ବାଚନ ପରେ ସରକାର ବଦଳିବା ପରେ ବଡ ଆକ୍ସନ ନିଆଯାଇଛି । ଆଉ ଆଶିଷଙ୍କ ପାୱାର କମିଛି । ବର୍ତ୍ତମାନ ଆଇପିସେ୍ ଆଶିଷଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି ।

Leave a Reply

Your email address will not be published. Required fields are marked *