ଶହୀଦ କ୍ୟାପଟେନ ଅଂଶୁମାନଙ୍କ ବାପା କହିଲେ ‘ଯଦି ବୋହୂ ଚାହିଁବ , ସେ ସାନ ପୁଅକୁ ବିବାହ କରିପାରିବ’..
1 min readଶହୀଦ କ୍ୟାପଟେନ ଅଂଶୁମାନଙ୍କ ବାପା ରବି ପ୍ରତାପ ଏମିତି କିଛି କଥା କହିଛନ୍ତି ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ଗଣମାଧ୍ୟମରେ ଦେଇଥିବା ବୟାନ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଗଣମାଧ୍ୟମ ଆଗରେ ଅଂଶୁମାନଙ୍କ ବାପା କହିଛନ୍ତି ସେ ତାଙ୍କ ସହିଦ ପୁଅର ବିବାହ ତାଙ୍କ ତାଙ୍କ ସାନପୁଅ ସହ କରିବାକୁ ଚାହୁଁଛନ୍ତି। ଯଦି ଅଂଶୁମାନଙ୍କର ସ୍ମୃତି ସହ ଏହି ଘରେ ରହିବାକୁ ଚାହୁଁଛନ୍ତି ତେବେ ସେ ତାଙ୍କ ସାନପୁଅର ବାହାଘର ତାଙ୍କ ସହ କରିଦେବେ। ବାକି ଯଦି ସ୍ମୃତି ଏଥିରେ ସହମତି ହେଉଛନ୍ତି ତେବେ ଯାଇ ଏହା ସମ୍ଭବ ହେବ। ଶହୀଦ କ୍ୟାପଟେନଙ୍କ ବାପା କହିଛନ୍ତତ, ତାଙ୍କ ସାନପୁଅ, ସ୍ମୃତିଠାରୁ ମାତ୍ର ୨ ବର୍ଷ ସାନ। ସ୍ମୃତି ଏହି ଘର ପାଇଁ ଝିଅ ଓ ବୋହୂ ମଧ୍ୟ। ଯଦି ସେ ସାନ ପୁଅକୁ ବିବାହ କରନ୍ତି, ତେବେ ତାଙ୍କୁ ଝିଅ ଭଳି ବିଦା କରିବେ।
ରବି ପ୍ରତାପ ଆହୁରି କହିଛନ୍ତି ଯେ, ସେ ତାଙ୍କ ବୋହୂଙ୍କୁ ବିବାହ କରିବା ବିଷୟରେ ସେତେବେଳେ କହିଥିଲେ ଯେତେବେଳେ ସ୍ମୃତିଙ୍କୁ ୨୬ବର୍ଷ ହୋଇ ଯାଇଥିଲା।କ୍ୟାପଟେନଙ୍କ ପିତା ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ସାନ ପୁଅକୁ ବିବାହ କରନ୍ତି ତେବେ ସେ ସାନପୁଅଠାରୁ ସ୍ମୃତିକୁ ପିଲାଟିକୁ ଦେବେ। ସେହି ଶିଶୁର ପିତାଙ୍କ ନାମ ଜାଗାରେ ଅଂଶୁମାନ ଙ୍କ ନାମ ଲେଖାଯିବ | ଯାହା କିଛି ଉତ୍ତରାଧିକାରୀ ଅଛି, ଆମେ ସେହି ପିଲାକୁ ଦେବୁ | ତାଙ୍କ ପିତା ଏହା ମଧ୍ୟ କହିଛନ୍ତି ଯେ ସ୍ମୃତି ଯାହା ଚାହାଁନ୍ତି, ଆମେ ଏହାକୁ ଗ୍ରହଣ କରିବୁ। ତେବେ କୀର୍ତ୍ତି ଚକ୍ରରେ ସମ୍ମାନିତ ହେବା ପରେ ଶହୀଦ କ୍ୟାପଟେନ ଅଂଶୁମାନଙ୍କ ବାପାମାଆ ତାଙ୍କ ବୋହୂଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ସେମାନେ କହିଥିଲେ, ପୁଅ ଯିବା ପରେ ବୋହୂ ବହୁଦିନ ଧରି ନିଜ ବାପଘରକୁ ଯାଇଛନ୍ତି। ସେବେଠୁ ଆଉ ଫେରିନାହାନ୍ତି । କୀର୍ତ୍ତି ଚକ୍ର ପାବା ପରେ ମୋତେ ତାକୁ ସ୍ମୃତି ଛୁଇଁବାକୁ ଦେଇ ନ ଥିଲେ।