Pratidin TV

Odisha's Digital News Platform

ରତ୍ନଭଣ୍ଡାର ଭିତରେ ଦେଖିବାକୁ ମିଳିଲା ଏସବୁ , କହିଲେ ଅରବିନ୍ଦ ପାଢ଼ୀ ..

1 min read

ବହୁ ପ୍ରତିକ୍ଷାର ଅନ୍ତ ପରେ ଖୋଲିଲା ରହସ୍ୟମୟ ରତ୍ନଭଣ୍ଡାର । ରତ୍ନ ଭଣ୍ଡାର ଭିତରେ କଣ ରହିଛି ଯାହା ଜାଣିବାକୁ ଅନେଇ ବସିଛନ୍ତି ହଜାର ହଜାର ଜଗନ୍ନାଥ ପ୍ରେମୀ। ତେବେ ଆଜି ସବୁ ଚର୍ଚ୍ଚାର ପୂର୍ଣ୍ଣଛେଦ ପଡି ଖୋଲିଛି ରତ୍ନଭଣ୍ଡାର ।ଶେଷରେ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାର ଖୋଲା ଯାଇଛି। ହେଲେ ପୁରା ଭିତରକୁ ନ ଯାଇ ସେହି ପାଖରେ କମିଟ ସଦସ୍ୟ ଲାଇଟ ମାରି ଦେଖିଲେ। ସେ ଭିତରେ ଭର୍ତ୍ତି ହୋଇଛି ସିନ୍ଧୁକ ଆଉ ଆଲମିରା। ସେସବୁରେ ମହଣ ମହଣ ସୁନା ଅଳଙ୍କାର ଥିବାର ଅନୁମାନ କରିଛି କମିଟ। ହେଲେ ସଂଧ୍ୟା ହୋଇ ଯାଇଥିବାରୁ ସେଗୁଡିକ ଖୋଲି ଦେଖିବା ସମ୍ଭବ ନ ଥିଲା। ସମସ୍ତ କାର୍ଯ୍ୟ ସାରି ମନ୍ଦିର ବାହାରକୁ ଆସିବା ପରେ ଏହା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ। ସେ କହିଛନ୍ତି ଯେ, ଆଜି ନିର୍ଦ୍ଧାରିତ ସମୟରେ ସମସ୍ତ ସଦସ୍ୟ ମନ୍ଦିର ଭିତରେ ପ୍ରବେଶ କରି ରତ୍ନ ଭଣ୍ଡାର ନିକଟକୁ ଯାଇଥିଲେ। ସେଠାରେ ପୂଜାପାଠ ପରେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିଲା।

ସେଥିରେ ତିନୋଟି ତାଲା ପଡିଥିଲା। ତିନୋଟି ଚାବିରେ ତାହାକୁ ସମସ୍ତଙ୍କ ଉପସ୍ଥିତିରେ ଖୋଲାଗଲା। ସେଗୁଡିକ ମନ୍ଦିର ଭିତରେ ଥିବା ଏକ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଏଥିପାଇଁ ସମୟ ଲାଗିଲା ବୋଲି ଶ୍ରୀ ପାଢୀ କହିଛନ୍ତି।ବାହାର ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି କରାଯିବା ପରେ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ପ୍ରୟାସ କରାଯାଇଥିଲା। ଭିତର ରତ୍ନ ଭଣ୍ଡାରରେ ମଧ୍ୟ ତିନୋଟି ତାଲା ପଡିଥିଲା। ଆମ ପାଖରେ ଥିବା ଚାବିରେ ସମସ୍ତ ତାଲା ଖୋଲିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ଖୋଲିଲା ନାହିଁ ବୋଲି ଶ୍ରୀ ପାଢୀ କହିଛନ୍ତି। ସରକାରଙ୍କ ଏସଓପି ଅନୁସାରେ ତାଲା ନ ଖୋଲିଲେ ତାହାକୁ ଭାଙ୍ଗିବା ପାଇଁ ଅନୁମତି ଥିଲା। ତେଣୁ ତିନୋଟି ତାଲାକୁ କାଟି କବାଟ ଖୋଲାଗଲା ବୋଲି ସେ କହିଥିଲେ। ସମସ୍ତ ସଦସ୍ୟ ଭିତର ରତ୍ନ ଭଣ୍ଡାରରେ କଣ ରହିଛି ତାହା ଦେଖିବା ପରେ ଗୋଟିଏ ଦିନରେ ସମସ୍ତ ସିନ୍ଧୁକ ଓ ଆଲମାରି ଖୋଲିବା ସମ୍ଭବ ନ ଥିଲା। ସେଥିପାଇଁ ସମସ୍ତ ସଦସ୍ୟଙ୍କ ଉପସ୍ଥିତି ତଥା ସହମତିରେ ଏହାକୁ ତଦାରଖ କରିବା ପାଇଁ ଅନ୍ୟ କୌଣସି ଦିନର କରାଯିବ ବୋଲି ନିଷ୍ପତି ହୋଇଛି।

Advertisement

ଯେହେତୁ ସୋମବାରରେ ବାହୁଡା ଯାତ୍ରା ଏବଂ ପରେ ସୁନା ବେଶ ରହିଛି ସେଥିପାଇଁ ପରବର୍ତ୍ତି ସମୟରେ ଦିନ ଧାର୍ଯ୍ୟ କରାଯିବ ବୋଲି ଶ୍ରୀ ପାଢୀ କହିଛନ୍ତି।ସେ ଆହୁରି କହିଛନ୍ତି, ସମସ୍ତ ଅଳଙ୍କାର ସ୍ଥାନାନ୍ତର ହେବା ପରେ ରତ୍ନଭଣ୍ଡାରକୁ ଏଏସ୍‌ଆଇକୁ ହସ୍ତାନ୍ତର କରାଯିବ । ଏଏସ୍‌ଆଇ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣା କରିସାରିବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଥିବା ଅଳଙ୍କାରକୁ ପୁଣି ଥରେ ରତ୍ନଭଣ୍ଡାରକୁ ନିଆଯିବ । ସେହି ସମୟରେ ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ ଡକ୍ଟର ପାଢ଼ୀ କହିଛନ୍ତି ।

Leave a Reply

Your email address will not be published. Required fields are marked *