Pratidin TV

Odisha's Digital News Platform

(ଭିଡିଓ)ଗ୍ଲୋବାଲ ଛାତ୍ରୀ ଅର୍ଚ୍ଚନା ଦାସ ଆତ୍ମହତ୍ୟା ଘଟଣା ; ମୃତ ଛାତ୍ରୀଙ୍କ ଦେହରେ ରହିଛି କାମୁଡା ଓ ମାଡ ଚିହ୍ନ ..

1 min read

ଭୁବନେଶ୍ୱର : ରାଜଧାନୀରେ ପୁଣି କାୟା ମେଲାଇଲାଣି ଆତ୍ମହତ୍ୟା । ଆଜି ପୁଣି ସାମ୍ନାକୁ ଆସିଛି ଛାତ୍ରୀ ଆତ୍ମହତ୍ୟାର କରୁଣ ରୂପ । ରାଜଧାନୀ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ବିଏସି ଦ୍ୱିତୀୟ ବର୍ଷର ଛାତ୍ରୀ ଅର୍ଚ୍ଚନା ଦାସଙ୍କ ମୃତୁ୍ୟକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି ।

ଗତକାଲି ରାତି ପ୍ରାୟ ୧.୪୫ ସମୟରେ ଅର୍ଚ୍ଚନା ନିଜ ହଷ୍ଟେଲ ରୁମ୍ ପଙ୍ଖାରେ ଶାଢୀ ବାନ୍ଧି ଝୁଲିପଡିଥିବା କହିଛନ୍ତି ହଷ୍ଟେ କତ୍ତୃପକ୍ଷ । ଅନ୍ୟପଟେ ଅର୍ଚ୍ଚନାଙ୍କ ଶରୀରରେ ରହିଛି ଅନେକ ପ୍ରକାରର କାମୁଡା ଦାଗ ତାସହ ମାଡ ଦାଗ । ଏନେଇ ଅର୍ଚ୍ଚନାଙ୍କ ପରିବାର ତାଙ୍କ ପୁରୁଷବନ୍ଧୁ (ଆୟୁଷ ମୟନ ନାୟକ)ଙ୍କୁ ଦାୟୀ କରାଇଛନ୍ତି । ଝିଅକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲା ଆୟୁଷ ବୋଲି ଗଣମାଧ୍ୟମ ଆଗରେ ଅର୍ଚ୍ଚନାଙ୍କ ବଡବାପା ପ୍ରକାଶ କରିଛନ୍ତି । ତେବେ ଆୟୁଷ ମଧ୍ୟ ଗ୍ଲୋବାଲ ୟୁନିବର୍ସିଟିର ସାମ୍ବାଦିକ ଓ ଗଣମାଧ୍ୟମ ବିଭାଗର ଛାତ୍ର ଅଟନ୍ତି ।

https://www.youtube.com/watch?v=AqCwV2g8ssQ

Leave a Reply

Your email address will not be published. Required fields are marked *