Pratidin TV

Odisha's Digital News Platform

କ୍ୟାପିଟାଲ ଲ’ କଲେଜ୍ ପକ୍ଷରୁ ତାରିଖ ପ୍ରକାଶ : ଅର୍ଚ୍ଚନା ଦେବେ ଆଇନ୍ ପରୀକ୍ଷା , ହେଲେ କେଉଁଠି ?

1 min read

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡିବ୍ଲାକ ମେଲର ଅର୍ଚ୍ଚନା ନାଗ୍ ମାମଲାରେ ଆସିଛି ରୋଚକ ମୋଡ । ଅଭିଯୁକ୍ତ ଦେବେ ଆଇନ ପରୀକ୍ଷା । ବ୍ଲକମେଲିଂ ସହ ହନିଟ୍ରାପ,ମନିଲଣ୍ଡରିଂ ମାମଲାରେ ଅର୍ଚ୍ଚନା ନାଗ୍ ବର୍ତ୍ତମାନ ଝାରପଡା ଜେଲରେ ଅଛନ୍ତି । ତେବବେ ପୂର୍ବରୁ ସେ ନିଜକୁ ଜଣେ ଓକିଲ କହି ପରିଚୟ ଦେଇଥିବା ବେଳେ,ଅନେକଙ୍କୁ ନିଜ ମିଛ ପରିଚୟରେ ଭୟଭିତ କରାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ । ସେ କ୍ୟାପିଟାଲ ଲ’ କଲେଜ୍ ଚତୁର୍ଥ ବର୍ଷର ଛାତ୍ରୀ ।

ତେବେ ଅର୍ଚ୍ଚନା ଜେଲରେ ଥାଇ ମଧ୍ୟ ସପ୍ତମ ସେମିଷ୍ଟର ପରୀକ୍ଷା ଦେବା ନିମନ୍ତେ କୋର୍ଟରେ ଆବେଦନ କରିଥିଲେ । ଯାହାକୁ କୋର୍ଟ ଗୁରୁବାର ଦିନ ମଞ୍ଜୁରୀ ମଧ୍ୟ ଦେଇଥିଲା । ଏହାପରେ ଅର୍ଚ୍ଚନାଙ୍କ ଓକିଲ ତାଙ୍କ ପାଇଁ ଫର୍ମ ପୂରଣ କରିଥିଲେ । ତେବେ ଏସବୁ ଭିତରେ ଶନିବାର ପ୍ରକାଶ ପାଇଛି ଅର୍ଚ୍ଚନାଙ୍କ ପରିକ୍ଷାର ତାରିଖ । ଜାନୁଆରୀ ୩୧ ରୁ ଲ ୭ମ ସେମିଷ୍ଟାର ପରୀକ୍ଷା ଆରମ୍ଭ ହୋଇ ଫେବ୍ରୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କଲେଜ୍ ନୋଟିସ୍ ଜାରି କରିଛି ।

Advertisement

କିନ୍ତୁ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଲା । ଅର୍ଚ୍ଚନା କେଉଁଠାରେ ଦେବେ ପରୀକ୍ଷା । ଝାରପଡା ଜେଲ୍ ନା କ୍ୟାପିଟାଲ ଲ’କଲେଜ୍ ? ଅର୍ଚ୍ଚନାଙ୍କ ଓକିଲଙ୍କ କହିବା ଅନୁଯାୟୀ କୋର୍ଟର ନିର୍ଦ୍ଦେଶ ପରେ ହିଁ ସ୍ଥାନ ନିର୍ଦ୍ଦାରଣ କରାଯିବା । ଅର୍ଚ୍ଚନା କଲେଜ୍ ପିଲାମାନଙ୍କ ସହ ଲ କଲେଜ୍ କ୍ୟାମ୍ପସରେ ପରୀକ୍ଷା ଦେବେ ନା ଝାରପଡା ଜେଲରେ !

Leave a Reply

Your email address will not be published. Required fields are marked *