Pratidin TV

Odisha's Digital News Platform

ଇଡି ହାତରେ ଗିରଫ୍ ହେଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍ , କାହିଁକି ଖୋଲିଲେନି ମୁହଁ !

ଭୁବନେଶ୍ୱର : ରିମାଣ୍ଡର ଶେଷ ଦିନରେ ଗିରଫ୍ ହେଲେ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ୍ । ଗତ ୭ ଦିନ ଧରି ଇଡି ତାଙ୍କୁ ଜେରା କରିଥିଲେ ମଧ୍ୟ ପ୍ରକାରର ତଥ୍ୟ ଓଗାଳି ନଥିଲେ ଅର୍ଚ୍ଚନା । ଗଣମାଧ୍ୟମ ଆଗରେ ନିଜ ନାଗଫଣା ଦେଖାଇ ଫଂ କରୁଥିବା ଅର୍ଚ୍ଚନା ୩୦ ମିନିଟ୍‌ରେ ସତ ଓଗାଳିବା କହି ତଦନ୍ତରେ ଇଡିକୁ କୌଣସି ପ୍ରକାରର ସହଯାଗ କରିନଥିବା କଥା ସାମ୍ନାକୁ ଆସୁଛି । ଯାହାକୁ ନେଇ ଅନେକ ପ୍ରକାରର ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି ।ଆଜି ମନିଂ ଲଣ୍ଡରିଂ ଆକ୍ଟରେ ଇଡି ତାଙ୍କୁ ଗିରଫ୍ କରିଛି । ପୂର୍ବରୁ ଅର୍ଚ୍ଚନାଙ୍କ ସହେଯାଗୀ ଖଗେଶ୍ୱର ପାତ୍ରଙ୍କୁ ମଧ୍ୟ ଗିରଫ୍ କରିଥିଲା ।

ତେବେ ଗତ ୬ ତାରିଖରେ ଅର୍ଚ୍ଚନାଙ୍କୁ ନିଜ ରିମାଣ୍ଡରେ ନେଇ ତଦନ୍ତ ଆରମ୍ଭ କରିଥିଲା ଇଡି । ବେଆଇନ ଅର୍ଥକାରବାରକୁ ନେଇ ଇଡି ଅଫିସରେ ଅର୍ଚ୍ଚନାଙ୍କ ତନାଘନା ଜେରା କରାଯାଇଥିଲା । କିନ୍ତୁ ଅର୍ଚ୍ଚନା କୌଣସି ପ୍ରକାରର ମୁହଁ ଖୋଲିନଥିବା ଜଣାପଡିଛି ।ଆଜି ଶେଷ ଦିନରେ ତାଙ୍କୁ ଗିରଫ କରି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଆଉ ୭ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା। ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦୁଙ୍କୁ ମଧ୍ୟ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଛି। ଅର୍ଚ୍ଚନାଙ୍କୁ ୭ ଦିନ ଓ ଜଗବନ୍ଧୁଙ୍କୁ ୧୫ ଦିନ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଛି।

ଅନ୍ୟପଟେ ଅର୍ଚ୍ଚନାଙ୍କ ଓକିଲ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଅର୍ଚ୍ଚନା ଇଡିକୁ ଯାହା କହିବା କଥା କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଅର୍ଚ୍ଚନା କଣ ସତରେ ମୁହଁ ଖୋଲିଛନ୍ତି । ଯଦି ଅର୍ଚ୍ଚନା ମୁହଁ ଖୋଲିଛନ୍ତି ତେବେ ଇଡିକୁ କେଉଁ ତଥ୍ୟ ଦେଇଛନ୍ତି ସେ ? ନା ଏସବୁ ଅର୍ଚ୍ଚନାଙ୍କ ଓକିଲର ବାହାନା । ୩୦ ମିନିଟ୍‌ରେ ଏକ୍ସୁସିଭ୍ ତଥ୍ୟ ଦେଇ ସମସ୍ତଙ୍କ ପର୍ଦାଫାଶ କରିବାକୁ କହୁଥିବା ଅର୍ଚ୍ଚନା ଆଜି କେମିତି ପୁରା ନିରବି ଯାଇଛନ୍ତି । ନାଁ ତାଙ୍କ ନିରବତା ପଛରେ ଲୁଛି ରହିଛି ଆଉ କିଛି କାରଣ। ବା କୌଣସି ପ୍ରକାରର ବଡ ଚାପ !

Leave a Reply

Your email address will not be published. Required fields are marked *