Pratidin TV

Odisha's Digital News Platform

(ଭିଡିଓ) ଜଗବନ୍ଧୁ ସହ ଜେଲରେ ସାବିତ୍ରୀ ବ୍ରତ ପାଳନ କଲେ ଅର୍ଚ୍ଚନା ନାଗ୍ ..

ଭୁବନେଶ୍ୱର : ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସବୁଠି ଚର୍ଚ୍ଚା । ଅର୍ଚ୍ଚନା ହନିଟ୍ରାପ୍ ଓ ମନି ଲଡେରିଙ୍କ୍ ମାମଲାରେ ଝାରପଡା ଜେଲରେ ଥିବା ବେଳେ ସାବିତ୍ରୀ ବ୍ରତ ପାଳନ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିôରେ ଜେଲରେ ଥିବା ଅନ୍ୟ ମହିଳା କଏଦୀଙ୍କ ସହ ଅର୍ଚ୍ଚନା ମଧ୍ୟ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । ଜେଲରେ ଥିବା ଏକ ମନ୍ଦିରରେ ସବୁ ମହିଳା କଏଦୀ ମାନେ ଆଜି ନୂଆ ସାଢୀ ଚୂଡି ସହ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଭୋକ ଉପାସରେ ବସିରହିଛନ୍ତି । ତେବେ ଅର୍ଚ୍ଚନା ମଧ୍ୟ ସେମାନଙ୍କ ସହ ଆଜି ସାବିତ୍ରୀ ବ୍ରତ କରୁଥିବାର ନଜର ଆସିଛନ୍ତି । ହେଲେ ଅର୍ଚ୍ଚନା କଣ ମାଗିବେ ଭଗବାନଙ୍କୁ । ସ୍ୱାମୀଙ୍କ ଦୀର୍ଘାୟୁ ନା ଜେଲରୁ ମୁକ୍ତ । କାରଣ ସ୍ୱାମୀ ଜଗବନ୍ଧୁଙ୍କର କିଛି ଦିନ ତଳେ ତଣ୍ଟି ଅପରେଶନ ହୋଇଥିଲା । ଯେଉଁଥିପାଇଁ ସେ ଅନେକ ସମୟରେ ଅସୁସ୍ଥ ରହୁଥିବା ଜଣାପଡିଛି ।

କଳାହାଣ୍ଡି ଝିଅ କିଭଳି ରାଜଧାନୀରେ ଏକ ପାଲର ଖୋଲି ସେଥିରେ ହନିଟ୍ରାପ ଭଳି କାମ ଚଳାଇଥିଲା ତାହା ସଭିଙ୍କୁ ଜଣା । କିନ୍ତୁ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁ ସହ ଆଉ କେଉଁ କେଉଁ ମାନେ ସପୃକ୍ତ ମାମଲାରେ ଲିଙ୍କ୍ ଥିଲେ ତାକୁ ନେଇ ବାଟବଣା ପୋଲିସ । ବଡ ବଡ ନେତା ବ୍ୟବସାୟୀ ମାନଙ୍କ ନାଁ ଏଥିରେ ଉଠୁଥିବା ବେଳେ ପ୍ରଶାସନ କିନ୍ତୁ ଏସବୁକୁ ଚାପିବାକୁ ଚେଷ୍ଟା ଚଳାଇଛି । ଅର୍ଚ୍ଚନା ଥରେ କହିଥିଲେ ଯେ ତାଙ୍କୁ ସୁଯୋଗ ଦିଆଗଲେ ସେ ଏମିତି କିଛି କଥାର ରାଜ୍ ଫିଟାଇବେ ଯାହା ଦ୍ୱାରା ସାରା ଓଡିଶା ହଲିଯିବ । କିନ୍ତୁ ପରବର୍ତ୍ତି ମସୟରେ ଅର୍ଚ୍ଚନା ଚୁପ୍ ରହିଥିଲେ କାରଣ ତାଙ୍କୁ ସ୍ୱାମୀ ଜଗବନ୍ଧୁ ଓ ୫ ବର୍ଷର ପୁଅକୁ ଜୀବନରୁ ମାରିଦେବାକୁ ମିଳିଥିଲା ଧମକ ।

Leave a Reply

Your email address will not be published. Required fields are marked *