ଅର୍ଚ୍ଚନାର ଖେଳ ଖତମ୍ : ଆସିଲା ଫରେନସିକ ରିପୋର୍ଟ ,ମୋବାଇଲ୍ ଓ ଲାପଟପରୁ ଉଦ୍ଧାର ହେଲା ଡିଲିଟ୍ ଫଟୋ ..
1 min readଭୁବନେଶ୍ୱର : ଇଡିକୁ ମିଳିଲା ବଡ ସଫଳତା । ଶେଷରେ ହାତରେ ଲାଗିଲା ଫରେନ୍ସିକ୍ ରିପୋର୍ଟ । ରାଜଧାନୀର ବହୁ ଚର୍ଚ୍ଚିତ ଅର୍ଚ୍ଚନା ବାଗ ମାମଲାର ହୋଇଛି ବଡ ଖୁଲାସା । ଇଡିକୁ ଭୁଆଁ ବୁଲାଇ ତଥ୍ୟକୁ ଅଧିକଦୀନ ଲୁଚାଇପାରିନି ଫରେନ୍ସିକ୍ ଟିମ୍ । ନିକଟରେ ଇଡିକୁ ସବୁ ତଥ୍ୟ ହାତକୁ ହାତ ଦେବା ପାଇଁ କୁଣ୍ଠାବୋଧ କରୁଥିବା ଫରେନ୍ସିକ୍ ଟିମ୍ ଆଜି ରିପୋର୍ଟ ପଠାଇଛି । କମିଶନରେଟ୍ ପୋଲିସ ହେପାଜତରେ ଥିବା ଅର୍ଚ୍ଚନାଙ୍କ ମୋବାଇଲରୁ କିଛିଦିନ ତଳେ ଫଟୋ ଡିଲିଟ୍ ହୋଇଥିବା । ଯାହା କମିଶନରେଟ୍ ପୋଲିସକୁ ସନ୍ଦେହ ଘେରକୁ ଆଣିଥିଲା । କିନ୍ତୁ ବର୍ତ୍ତମାନ ଏସବୁର ପର୍ଦାଫାଶ ହୋଇଛି ।
କମିଶନରେଟ ପୁଲିସ ପକ୍ଷରୁ ଏସଏଫଏସଏଲ ନିକଟକୁ ପଠାଯାଇଥିବା ଇଲେକଟ୍ରୋନିକ୍ସ ଗ୍ୟାଜେଟର ଫରେନସିକ ରିପୋର୍ଟ ଆସିଛି । ପେନ ଡ୍ରାଇଭ, ମୋବାଇଲ, ଲ୍ୟାପଟପ ଓ ଟାବଲଏଡର ଫରେନସିକ ରିପୋର୍ଟ ଆସିଛି । ଏହି ରିପୋର୍ଟକୁ କୋର୍ଟ, ଡିସିପି ଓ ଆଇଆଇସିଙ୍କୁ ହସ୍ତାନ୍ତର କରିଛି ଏସଏଫଏସଏଲ । ହାର୍ଡଡିସ୍କର ସମସ୍ତ ଡାଟା ଦେଇଛନ୍ତି ଏସଏଫଏସଏଲ । ବିଶେଷକରି ମୋବାଇଲରୁ ଡିଲିଟ ହୋଇଥିବା ଚାଟ୍, ଲ୍ୟାପଟପରୁ ଡିଲିଟ ହୋଇଥିବା ଡାଟା ଓ ପେନଡ୍ରାଇଭର ରିଟ୍ରାଇଭ ଡାଟାକୁ ରିକଭର କରାଯାଇ ହସ୍ତାନ୍ତର କରାଯାଇଛି ।
ଏସଏଫ ଏସଏଲକୁ ଅର୍ଚ୍ଚନାଙ୍କ ମୋବାଇଲ, ଲ୍ୟାପଟପ ଓ ପେନଡ୍ରାଇଭଙ୍କୁ ପଠାଯାଇଥିଲେ ବି ଏହାର ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ଆର୍ଥିକ କାରବାର ମାମଲା ତଦନ୍ତ କରୁଛି ଇଡି । ଅର୍ଚ୍ଚନା ନାଗକୁ ନିଜ ହେପାଜତକୁ ନେଇ ଇଡି ପଚରାଉଚରା କରିଛି । ତାଙ୍କ ସ୍ୱାମୀ ଜଗବନ୍ଧୁ ଏବେ ଇଡି ହେପାଜତରେ ଅଛନ୍ତି । ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରକୁ ଇଡି ଗିରଫ କରିସାରିଛି । ଏହି ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, କିଛି ବ୍ୟବସାୟୀ ଓ ବିଲଡର ଇଡିରେ ହାଜର ହୋଇସାରିଛନ୍ତି । ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବି ମୁହାଁମୁହିଁ ଜୋରା ହୋଇଛି ।