Pratidin TV

Odisha's Digital News Platform

(video)୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ୍ , ମାଙ୍କ ହାତରୁ ମିଠା ଖାଇ କଲେ ଗୃହ ପ୍ରବେଶ …..

1 min read

ଭୁବନେଶ୍ୱର ; ୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ୍ । ଇଡି ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ଆଜି ସକାଳୁ ସକାଳୁ ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା । ମୋଟ୍ ୩ଟି ମାମଲାରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିବା ପରେ ଆଇନ୍ ଅନୁସାରେ ବାହାରକୁ ବାହାରିଛନ୍ତି ଅର୍ଚ୍ଚନା । ଆଉ ଅର୍ଚ୍ଚନାଙ୍କୁ ଜେଲରୁ ନେବାକୁ ଆସିଥିଲେ ସ୍ୱାମୀ ଜଗବନ୍ଧୁ । ଏହାପରେ ଦୁହେଁ ନିଜ ଭୂବନେଶ୍ୱର ସ୍ଥିତ ଘରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ଅର୍ଚ୍ଚନା ଗଣାମାଧ୍ୟମକୁ କହିଥିଲେ ଯେ ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବି ଟିକେ ସମୟ ଦିଅନ୍ତୁ । ସେ ଆଉ ମଧ୍ୟ କହିଛନ୍ତି ଯେ ସବୁ ତଥ୍ୟ ପ୍ରମାଣ ମୁଁ କୋର୍ଟରେ ଦାଖଲ କରିବି।କୋର୍ଟଙ୍କ ଉପରେ ମୋର ଭରସା ଅଛି।

ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସାମ୍ରାଜ୍ୟ ସାରା ରାଜ୍ୟରେ ଚହଳ ପକାଇଥିଲା। ବଡ଼ ବଡ଼ିଆଙ୍କୁ ହନିଟ୍ରାପ୍ କରି ସେମାନଙ୍କଠୁ ବଡ଼ ରକମର ଟଙ୍କା ଆଦାୟ କରିବା ଅଭିଯୋଗ ଅର୍ଚ୍ଚନାଙ୍କ ନାଁରେ ଥିଲା। ଏହି ବ୍ଲାକମେଲିଂ ରାକେଟ୍ ଏତେ ବଡ଼ ଥିଲା ଯେ, ଏଥିରେ ନେତା, ମନ୍ତ୍ରୀ, ପ୍ରଶାସକ, ସିନେମା ପ୍ରଯୋଜକଙ୍କ ନାଁ ବି ସାମ୍ନାକୁ ଆସିଥିଲା।

Advertisement

Leave a Reply

Your email address will not be published. Required fields are marked *