Pratidin TV

Odisha's Digital News Platform

ସରିଲା ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି , କାହିଁକି ମୁହଁ ଖୋଲିଲେନି ଅର୍ଚ୍ଚନା !

1 min read

ଭୁବନେଶ୍ୱର : ପୁଣି ଏକ ଭିନ୍ନ ମୋଡ ନେଇଛି ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲା । ୩୦ ମିନିଟ୍‌ର ଏକ୍ସକ୍ଲୁସିଭ୍‌ରେ ରାଜ୍ୟ ବଦଳାଇଦେବା କଥା କହୁଥିବା ଅର୍ଚ୍ଚନା କାହିଁକି ଚୁପ୍ ରହିଲେ !

ଚଳିତ ମାସ ୬ ତାରିଖରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇଥିଲା ଇଡି । ରିମାଣ୍ଡରେ ନେବା ପୂର୍ବରୁ ତାଙ୍କର ମେଡିକାଲ ଚେକ୍‌ଅପ୍ ମଧ୍ୟ କରାଯାଇଥିଲା । ତେବେ ଅର୍ଚ୍ଚନା ମେଡିକାଲ ଟେଷ୍ଟପରେ କ୍ୟାପିଟାଲ ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମ ଆଗରେ ଦେଇଥିବା ବୟାନକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଅର୍ଚ୍ଚନା ଇଡିଆଗରେ ୩୦ ମିନିଟ୍‌ରେ ସବୁ ପ୍ରମାଣ ସହ ତାଙ୍କ ଫସାଇଥିବା ଲୋକମାନଙ୍କର ପର୍ଦାଫାଶ କରିବେ ବୋଲି ଗଳା ଫଟାଇ ଚିତ୍କାର କରି କହିଥିଲେ । କିନ୍ତୁ ଆଜି ରିମାଣ୍ଡର ଅବଧି ସରୁଥିଲେ ମଧ୍ୟ ଇଡି ସମ୍‌ୁଖରେ ମୁହଁ ଖୋଲିନାହାନ୍ତି ଅର୍ଚ୍ଚନା । ତେବେ ଅର୍ଚ୍ଚନା ତାଙ୍କ ଗାଁରେ ଥିବା ଜମି ବିକ୍ରି କରି କୋଟିପତି ପାଲଟିଥିବା ବୟାନ ରଖିଛନ୍ତି । ଯାହାକୁ ଇଡି ଜମାରୁବି ବିଶ୍ୱାସ କରିପାରୁନାହିଁ । ୭ ଦିନ ମଧ୍ୟରେ ଅର୍ଚ୍ଚନା ମୁହଁ ଖୋଲୁନଥିବା ବେଳେ ଆଗକୁ ଇଡି ଅଧିକ ଦିନ ରିମାଣ୍ଡ ପାଇଁ ଆବେଦନ କରିପାରେ ଇଡି !

Advertisement

ତେବେ ବଡବଡୁଆଙ୍କ ସବୁ ତଥ୍ୟ ପ୍ରମାଣ ରଖିଥିବା ଅର୍ଚ୍ଚନା ଶେଷ ମୁହୁର୍ତ୍ତରେ କାହିଁକି ନିଜର ବୟାନ ବଦାଳାଇଦେଲେ ତାହା ବର୍ତ୍ତମାନ ଏକ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି । କୌଣସି ପ୍ରକାରର ବାହ୍ୟ ଚାପ ଫଳରେ ଅର୍ଚ୍ଚନା ମୁହଁ ଖୋଲିନଥିବା ସନ୍ଦେହ କରିଛି ଇଡି । କିନ୍ତୁ ଏହି ଚାପ ପକାଉଥିବା ବ୍ୟକ୍ତି କିଏ ? ଟଙ୍କା ଟ୍ରାଞ୍ଜାକ୍ସନଠାରୁ ଆରମ୍ଭ କରି ହାଇପ୍ରୋଫାଇଲ ଲିଙ୍କ୍ ପର‌୍ୟ୍ୟନ୍ତ ଇଡି ପ୍ରଶ୍ନର କୌଣସି ଉତ୍ତର ଦେଉ ନାହାନ୍ତି ଅର୍ଚ୍ଚନା। ଯାହାକୁ ନେଇ ତଦନ୍ତ ଦିଗହରା ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଆଜି କୋର୍ଟରେ ହାଜର କରାଯିବାକୁ ଥିବାବେଳେ , ହାଜର ପରେ ଜଗବନ୍ଧୁଙ୍କୁ ମଧ୍ୟ ରିମାଣ୍ଡରେ ନେଇପାରେ ଇଡି ।

Leave a Reply

Your email address will not be published. Required fields are marked *