Pratidin TV

Odisha's Digital News Platform

(video)ରାଜନୀତି ମୈଦାନକୁ ଓହ୍ଲାଇବେ ଅର୍ଚ୍ଚନା ନାଗ୍ , କହିଲେ କଂଗ୍ରେସରୁ ମିଳିବ ଟିକେଟ୍ !

ଭୁବନେଶ୍ୱର ; ନୂଆ ବର୍ଷରେ ନୂଆ ଆରମ୍ଭ କରିବେ ଅର୍ଚ୍ଚନା ନାଗ୍ । ସମସ୍ତ ମାମଲାରୁ ଜାମିନ୍ ପାଇବା ପରେ ଜେଲରୁ ଫେରି ନିଜ ଆଇନ୍ ପରୀକ୍ଷା ଦେଇଥିଲେ ଅର୍ଚ୍ଚନା । ଆଉ ପତିକ୍ରିୟା ରଖିଥିଲେ ଯେ ମୋର ଆଇନ୍ ଉପରେ ବିଶ୍ୱାସ ଅଛି ମାନ୍ୟବର ହାଇକୋର୍ଟ ସବୁ ବୁଝିବ । ତେବେ ସବୁବେଳେ ନିଜ ବିସ୍ପୋରକ ପ୍ରତିକ୍ରିୟା ଦେଇ ରାଜ୍ୟବାସୀ ତଥା ରାଜନୀତିକୁ ଦୋହଲାଇ ଦେଉଥିବା ଅର୍ଚ୍ଚନା ନୂଆ ବର୍ଷରେ ଏକ ନୂଆ ଖୁଲାସା କରିଛନ୍ତି ।

ନୂଆବର୍ଷ ଅବସରରେ ରାମ ମନ୍ଦିର ଆସିଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି ଜନସାଧାରଣ ଚାହାନ୍ତି ଏବଂ ଯଦି ଜନସାଧାରଣଙ୍କୁ ଲାଗୁଛି କି ମୁଁ ରାଜନୀତିକୁ ଆସିଲେ ତାଙ୍କ ପାଇଁ କିଛି କରିପାରିବେ ତାହେଲେ ନିଶ୍ଚୟ ମୁଁ ନିର୍ବାଚନ ଲଢିବି । ସୁର ଅଜା ମତେ ବହୁତ୍ ସପୋର୍ଟ କରିଛନ୍ତି , ସେ ମୋର ବହୁତ ପସନ୍ଦ , ମୁଁ ତାଙ୍କ ବଡ ଫ୍ୟାନ୍ । ଯଦି ମୋତେ କଂଗ୍ରେସରୁ ଟିକେଟ୍ ମିଳେ ତେବେ ମୁଁ ଜନସାଧାରଣଙ୍କ ପାଇଁ ନିଶ୍ଚିତ ଲଢିବି । ଆଉ କିଏ କଣ କହୁଛି ବା ମତେ କିଏ ଧମକ ଦେଉଛି ମୁ କାହାକୁ ଡରିନି ବୋଲି ପତିକ୍ରିୟା ରଖିଛନ୍‌ତି ଅର୍ଚ୍ଚନା।

Leave a Reply

Your email address will not be published. Required fields are marked *