Pratidin TV

Odisha's Digital News Platform

ଇଡି ମାମଲାରେ ମିଳିଲା ଜାମିନ୍ , ଏଥର ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ୍ …

1 min read

ଭୁବନେଶ୍ୱର ; ପୁରା ଓଡିଶାରେ ଚହଳ ପଡିଥିବା ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍ ମାମଲାରେ ବଡ ଶୁଣାଣି । ହନିଟ୍ରାପ୍ ସହ ମନି ଲଡରିଂ ମାମଲାରେ ଗିରଫ୍ ହୋଇଥିବା ଅର୍ଚ୍ଚନା ନାଗ୍‌ଙ୍କୁ ଆଜି କୋର୍ଟରୁ ଆଶ୍ୱସ୍ତି । ଖୁବ୍ ଶୀଘ୍ର ଜେଲରୁ ବାହାରିବେ ଅର୍ଚ୍ଚନା । ପୂର୍ବରୁ ୨ ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଛି ।

ତେବେ ଆଜି ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିବା ନେଇ ସୂଚନା ରହିଛି । ଯାହାକୁ ନେଇ ପୁଣି ଥରେ ପୁରା ଓଡିଶାରେ ଚହଳ ପକାଇଛି ଏହି ଖବର । କାରଣ ଅର୍ଚ୍ଚନାଙ୍କ ନାଁରେ ଲାଗିଥିବା ସମସ୍ତ ୩ଟି ମାମଲାରେ ଜାମିନ ମିଳିଯାଇଥିବାରୁ ସେ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି ।

Advertisement

ଲୋକଙ୍କୁ ଠକିବା, ବେଆଇନ ଅର୍ଥ ରୋଜଗାର, ବ୍ଲାକମେଲିଙ୍ଗ ଭଳି ସଙ୍ଗୀନ ଅଭିଯୋଗ ହେଇଥିଲା । ପ୍ରଥମେ ଖଂଡଗିରି, ନୟାପଲ୍ଲୀ ପୋଲିସ ତଦନ୍ତ କରିଥିଲେ ପରେ ED ନିଜ ଆଡୁ ମାମଲା ରୁଜ୍ଜୁ କରିଥିଲା । September 2022 ରେ ଅର୍ଚ୍ଚନା ନାଗ , ସ୍ଵାମୀ ଜଗବନ୍ଧୁ ଓ ଖଗେଶ୍ବର କୁ ଗିରଫ କରିଥିଲା ପୋଲିସ । ତଦନ୍ତରୁ ଜଣା ପଡିଥିଲା ବଡବଡ ବ୍ୟବସାୟୀ,ସିନେ ପ୍ରଯୋଜକ ଅର୍ଚ୍ଚନା ନାଗଙ୍କ ମାୟାବିନି ଜାଲରେ ଫଶି ଟଙ୍କା ଦେଇଥିଲେ । ତେବେ କଳାହାଣ୍ଡିର ଝିଅ ଅର୍ଚ୍ଚନା ଭୁବନେଶ୍ୱରକୁ ଏକ ବଡ ସ୍ୱପ୍ନ ନେଇ ଆସିଥିବା ବେଳେ ସ୍ୱାମୀ ଓ ସହଯୋଗୀଙ୍କ ସହ ମିଶି ତାକୁ କଳା ଉପାୟରେ ଅର୍ଜନ କରିଥିଲା ।

Leave a Reply

Your email address will not be published. Required fields are marked *