Pratidin TV

Odisha's Digital News Platform

ଚର୍ଚ୍ଚିତ ଅର୍ଚ୍ଚନା ମାମଲା : ନାଗ ଫାଶରେ ୧୮ ରୁ ଉର୍ଦ୍ଧ ବିଧାୟକ , ଡ୍ରଗ୍ସ ଲିଙ୍କ ନେଇ ମୁହଁ ଖୋଲିଲେ ବିରୋଧିଦଳ

1 min read

ଭୁୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ସେକ୍ସ ସ୍କ୍ୟାଡେଲ ସହ ଏବେ ଯୋଡି ହୋଇଯାଇଛି ଡ୍ରଗ୍ସ ଲିଙ୍କ । ସବୁ ପ୍ରମାଣ ଥାଇ ମଧ୍ୟ ଅର୍ଚ୍ଚନାକୁ ରିମାଣ୍ଡରେ ଆଣି କାହିଁକି ପଚରାଉଚରା କରୁନାହିଁ ପୋଲିସ । ତରଭରିଆ ଗିରଫ୍ ପରେ ଅର୍ଚ୍ଚନାଙ୍କୁ କାହିଁକି ପଚରାଉଚରା କରୁନାହିଁ ପୋଲିସ । ଏନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ଏବଂ କଂଗ୍ରେସ ଦଳର ୨ ବରିଷ୍ଠ ନେତା ।

ତେବେ ଅର୍ଚ୍ଚନାଙ୍କ ସହ ମୋଟ ୨୫ ଜଣ ନେତାଙ୍କ ସମ୍ପର୍କ ଥିବା ସହ ସେଥିମଧ୍ୟରୁ ପ୍ରାୟ ୧୮ ଜଣ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି ଦାବି କରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ତାଙ୍କ କହିବା ଅନୁଯାୟୀ ସପୃକ୍ତ ଥିବା ନେତାମାନଙ୍କର ପୁରା ଡାଟା ସେ ରଖିଛନ୍ତି । କିନ୍ତୁ ଏହା କେବଳ ସେକ୍ସ ସ୍କ୍ୟଡେଲ ମାମଲା ନୁହଁ ବରଂ ଏଥିରେ ଏକ ବଡ ରାକେଟ୍ ସାମିଲ ଅଛି । ସେ ହେଉଛି ଡ୍ରଗ୍ସ ଲିଙ୍କ । ଏତେ ମାତ୍ରାର ନେତା,ମନ୍ତ୍ରୀ ଏବଂ ପ୍ରଯୋଜକ ଖାଲି ଅର୍ଚ୍ଚନାଙ୍କ ସହ ସର୍ମ୍ପକ ରଖିବାକୁ ଯାଆନ୍ତି ନାହିଁ ବରଂ ଡ୍ରଗ୍ସ ପାଇଁ ଯାଆନ୍ତି ।

Advertisement

ସେହିଭଳି ଅନ୍ୟପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ କେବଳ ନେତା ମନ୍ତ୍ରୀ ନୁହଁନ୍ତି ବରଂ ଆଇପିଏସ୍ , ଆଇଏସ୍ ମାନେ ମଧ୍ୟ ଉକ୍ତ ଘଟଣାରେ ସାମିଲ ଅଛନ୍ତି । ନଚେତ୍ ଜବତ କରାଯାଇଥିବା ହାର୍ଡ ଡିକ୍ସକୁ ଏଭଳି ଲୁଚାଯାଇନଥାନ୍ତା । ପୂର୍ବରୁ ବି ପୋଲିସ ଏଭଳି ପ୍ରମାଣ ନଷ୍ଠ କରିବା ପାଇଁ ମମିତା ବେହେରାର ଲ୍ୟପ୍‌ଟପ୍‌କୁ ଗାୟବ କରିଦେଇଥିଲା । ସେହିଭଳି ଅର୍ଚ୍ଚନାର ହାର୍ଡଡିକ୍ସ ସହ କରୁଛି । କାରଣ ଏଥିରେ କେବଳ ନେତାମନ୍ତ୍ରୀ ବା ପ୍ରଯୋଜକ ସାମିଲ ନାହାନ୍ତି ବରଂ ଅନେକ ପୋଲିସ କର୍ମୀମାନେ ମଧ୍ୟ ଏଥିରେ ସଂପୃକ୍ତ ଅଛନ୍ତି ।ସେ ଆଉ ମଧ୍ୟ କହିଛନ୍ତି ଯେ  ଅର୍ଚ୍ଚନାଙ୍କ ନାଗ ଫାଶରେ ଯେତେ ହାଇ ପ୍ରୋଫାଇଲ ନେତା ସାମିଲ ହୋଇଛନ୍ତି, ସତ ସାମ୍ନାକୁ ଆସିଲେ ସରକାର ଭାଙ୍ଗିଯିବ। ଅର୍ଚ୍ଚନାଙ୍କ ଲାପଟପ୍ ଓ ମୋବାଇଲରେ ସବୁ ତଥ୍ୟ ରହିଛି। ପୁଲିସ୍‌ ସବୁ ଜବତ କରିଛି, ହେଲେ ପାଟି ଫିଟାଉନି, ତଦନ୍ତ ଚାଲିଛି କହି ଦିନ ଗଡ଼ାଇବାରେ ଲାଗିଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଅର୍ଚ୍ଚନାଙ୍କ ଗୁମର ଖୋଲିଥିବା ପୀଡିତାଙ୍କୁ କାହିଁକି ପଚରା ଉଚରା କରୁନାହିଁ ପୋଲିସ । ସିଆରପିସି ଧାରା ୧୬୪ ଅନୁଯାୟୀ ପୀଡିତାଙ୍କ ବୟାନ କାହିଁକି ରେକର୍ଡ କରୁନି ପୋଲିସ । କିଏ ବାନ୍ଧିଦେଇଛି ପୋଲିସର ହାତ । ନା ପୋଲିସର ଚୁପ୍ ପଛରେ ରହିଛି ଆଉ କିଛି ବଡ ରହସ୍ୟ । ଅର୍ଚ୍ଚନାଙ୍କ ଘରୁ ପ୍ରାୟ ସବୁ ଆବଶ୍ୟକିୟ ତଥ୍ୟ ନିଜ ହେପାଜତରେ ନେଇଥିଲା ପୋଲିସ । ତେବେ କାହିଂକି ସେସବୁ ଉପରୁ ପରଦା ଉଠାଉନାହିଁ ବୋଲି ପ୍ରସ୍ନ କରିଛନ୍ତି ବିଜେପି ତଥା କଂଗ୍ରେସର ବିଧାୟକମାନେ ।

ଅପରପକ୍ଷେ, ଏହି ହାଇ ପ୍ରୋଫାଇଲ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ଏହି ଘଟଣାରେ ବହୁ ନେତା, ଅଫିସର ସାମିଲ ଥିବା ଚର୍ଚ୍ଚା ହେଉଛି। ତେଣୁ ସିବିଆଇ ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ପ୍ରତାପ।

Leave a Reply

Your email address will not be published. Required fields are marked *