Pratidin TV

Odisha's Digital News Platform

ଅର୍ଚ୍ଚନା ନାଗ୍‌ର ୩ କୋଟି ୪୦ ଲକ୍ଷ ଆଲିସାନ୍ କୋଠାକୁ ବ୍ୟାଜପ୍ତି କଲା ଇଡି ….

1 min read

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ହନିଟ୍ରାପ୍ କୁଇନ୍‌ ଅର୍ଚ୍ଚନା ନାଗ ମାମଲା ନେଇଛି ଏକ ଭିନ୍ନ ମୋଡା । ଆଜି ଅର୍ଚ୍ଚନାର ଭୁବନେଶ୍ୱର ସ୍ଥିତ ଆଲିସାନ କୋଠାକୁ ଆଟାଚ୍ କରିଛିପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ସେହି କୋଠାର ମୂଲ୍ୟ ପ୍ରାୟ ୩ କୋଟି ୪୦ ଲକ୍ଷ ହେବ ବୋଲି ଆକଳନ କରାଯାଇଥିଲା । ନିକଟରେ ଇଡି ଉକ୍ତ ଆଲିସାନ କୋଠାକୁ ମାପଚୁପ କରିଥିଲା । ଏବଂ ବର୍ତ୍ତମାନ ଆଜି ତାକୁ ଆଟାଚ୍ କରିଥିଲା । ଏହା ପୂର୍ବରୁ ଇଡି ଏକ ନୋଟିସ୍ ଜାରି କରିଥିଲା ।ମାତ୍ର ୪ ବର୍ଷ ଭିତରେ ଅର୍ଚ୍ଚନା କିଭଳି ଏଡେ ବଡ ଆଲିଶାନ କୋଠା ଠିଆ କଲେ । ଏବଂ କେଉଁଠୁ ଆଣିଲେ ଏତେଗୁଡାଏ ପାଇସା । ଏମିତି କି ବିଜନେସ୍ କରୁଥିଲେ ସେ ଯେ ୪ ବର୍ଷ ମଧ୍ୟରେ ଏତେ ଟଙ୍କାର କୋଠା ଠିଆ କରିଦେଇଥିଲେ । ତେବେ ଦୁହିଁ ନାଗଚାନ୍ଧ ଦମ୍ପତ୍ତି ଏହାର କୌଣସି ତଥ୍ୟ ଦେଇପାରିନଥିଲେ । ଯାହା ପାଇଁ ତାଙ୍କୁ ଗିରଫ୍ କରିଥିଲା ଇଡି ।

ଆଜି ଅର୍ଚ୍ଚନା-ଜଗବନ୍ଧୁ ଏବଂ ସହେଯାଗି ଖଗେଶ୍ୱର ନାଁରେ ପାଖାପାଖି ୨୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ଇଡି । ମାତ୍ର ୪ ବର୍ହ ମଧ୍ୟରେ ଏତେ ସମ୍ପତ୍ତି ସେ କେଉଁଠାରୁ ଆଣିଲେ । ଏବଂ ଆଗକୁ ୧୩ ତାରିଖ ଦିନ କୋର୍ଟରେ ୩ ଜଣଙ୍କୁ ହାଜର କରିବ ଇଡି । ସେଠାରେ ୩ ଜଣ ନିଜ ନିଜ ସମ୍ପତ୍ତିର ତଥ୍ୟ ଦେବେ । ଯେ ତାଙ୍କ ପାଖରେ ଏସବୁ ଟଙ୍କା କେଉଁଠୁ ଆସିଲା ? ଯଦି ୩ ଜଣ ଏସବୁ ବିଷୟରେ କୋର୍ଟକୁ ସନ୍ତୋଷଦାୟକ ଉତ୍ତର ନଦେଇପାରନ୍ତି । ତେବେ ଆଗକୁ ୩ ଜଣଙ୍କୁ ଟଙ୍କା ହେରଫେର ମାମଲାରେ ଦଣ୍ଡିତ କରାଯିବ ।

ସୂଚନାଯୋଗ୍ୟ ଯେ ଅର୍ଚ୍ଚନାଙ୍କ ସହ ସହେଯାଗି ଖଗେଶ୍ୱରର ବଙ୍ଗଳାକୁ ମଧ୍ୟ ଇଡି ସ୍କାନରରେ ରଖିଛି । କାରଣ ଅର୍ଚ୍ଚନା ଯେଉଁ କଳାଟଙ୍କା ଆଣୁଥିଲା । ସହେଯାଗୀ ଖଗେଶ୍ୱର ତାକୁ ଏକ କାର ଶୋ ରୁମ୍‌ରେ ଏହି କଳା ଧନକୁ ଧଲା କରୁଥିଲେ ବୋଲି ଇଡି ଆଗରେ ସବୁ ଓଗାଳି ଥିଲା ଖଗେଶ୍ୱର । ଯାହାକୁ ଇଡି ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି ।

Leave a Reply

Your email address will not be published. Required fields are marked *