ଅର୍ଥନୈତିକ ଠକେଇ ଅଭିଯୋଗ: ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କଲା EOW
1 min readଭୁବନେଶ୍ବର: ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଥିବାର ଖବର ମିଳିଛି। ଏନେଇ ଇଓଡବ୍ଲୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ବଡ଼ ଖବରର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡବ୍ଲୁ ଓଡ଼ଗାଁରୁ ଆଣି ପଚରାଉଚରା କରୁଥିଲା । ଗତକାଲି ଇଓଡବ୍ଲୁ ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଇଓଡବ୍ଲୁ ଓ କମିସନରେଟ ପୁଲିସରେ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ୪ଟି ମାମଲା ରହିଛି।
ଖବର ପାଇ କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ ଓ ବିଜେପି ନେତା ବାବୁ ସିଂହ ପ୍ରମୁଖ ଇଓଡବ୍ଲୁ ଅଫିସରେ ପହଞ୍ଚିଥିବାର ସୂଚନା ମିଳିଛି। ଉଭୟେ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି। ଗଣମାଧ୍ୟମର କଣ୍ଠରୋଧ କରିବା ଲାଗି ରାଜ୍ୟ ସରକାର ଏଭଳି ହୀନ ଚକ୍ରାନ୍ତ କରିଥିବାର ଅଭିଯୋଗ କରିଛନ୍ତି।
ଅର୍ଦ୍ଧେନ୍ଦୁ ଦାସଙ୍କ ନାଁରେ ଇଓଡବ୍ଲୁ ୯୨ଲକ୍ଷ ୪୭ହଜାର ୭୦ଟଙ୍କାର ଠକେଇ ମାମଲା ରୁଜୁ ହେବା ଘଟଣାରେ ଦୁଇ ଦିନ ପୂର୍ବରୁ ଭୋର୍ ପ୍ରାୟ ୪ଟା ବେଳେ ତଦନ୍ତକାରୀ ଡିଏସ୍ପିଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ଶ୍ରୀ ଦାସଙ୍କ ଜାଗମରାସ୍ଥିତ ଘରେ ଚଢ଼ଉ କରିଥିଲେ। ମାତ୍ର ଚଢ଼ଉ ବେଳେ ଅର୍ଦ୍ଧେନ୍ଦୁ ଘରେ ଅନୁପସ୍ଥିତ ଥିବାରୁ ଇଓଡବ୍ଲୁ ଖାଲି ହାତରେ ଫେରିଥିଲେ।