ପୋଲିସ ଥାନାରେ ନାଇଟି ହାପ ପ୍ୟାଣ୍ଟ ପିନ୍ଧିବା ପାଇଁ ନିର୍ଦ୍ଦେଶ ଅଛି କି ?
1 min readପୁରା ଓଡିଶାକୁ ଦୋହଲାଇଦେଇଛି ଭରତପୁର ଥାନା ଘଟଣା । ଜଣେ ମେଜରଙ୍କ ପରିବାରକୁ ଥାନାରେ ଏଭଳି ନିର୍ଯାତନା ଘଟଣା ସାମ୍ନାକୁ ଆସିବାପରେ ଛନକା ପସିଛି ସାଧାରଣ ଜନତା ମନରେ । ପୋଲିସ ନିଜେ ରକ୍ଷକ ହୋଇ ଯଦି ଏପରି ଭକ୍ଷକ ସାଜିବ ତେବେ ସାଧାରଣ ଲୋକ ନ୍ୟାୟ ପାଇଁ କେଉଁ ଆଡେ ଯିବ ? ଗୋଟେପଟେ ସରକାର ମହିଳାଙ୍କୁ ୫ ହଜାର ଧରାଇ ସଶକ୍ତିକରଣର ନାରା ପିଟୁଥିବା ବେଳେ ଭରତପୁର ଥାନାର ଘଟଣା ଅତ୍ୟନ୍ତ ଲଜ୍ଜିତ । ନାରୀ କଣ ସତରେ ସଶକ୍ତ ? ଖାଲି ଟଙ୍କା ଦେଇ ତାକୁ କଣ ସଶକ୍ତ କରାଯାଇପାରେ । ସେ ସୁରକ୍ଷିତ ରହିବା ବୋଧେ ନାରୀର ପ୍ରଥମ ସଶକ୍ତକରଣ । କିନ୍ତୁ ଭରତପୁର ଥାନାରେ ନିଜେ ପୋଲିସ ଅଧିକାରୀ ଅଙ୍କିତାଙ୍କୁ ମାଡ ମାରି ଯୌନ ନିର୍ଯାତନା ଦେବା ପୁରା ପୋଲିସ ଡିପାର୍ଟମେଣ୍ଟ ସହ ପ୍ରଶାସନର ମୁଣ୍ଡ ନୁଆଁଇଦେଇଛି ବୋଲି ନିଜ ପ୍ରତିକ୍ରିୟା ଓଡିଶାର ପୂର୍ବତନ ପ୍ରଶାସକ । ଏହି ଘଟଣାରେ ତୁରନ୍ତ ପୋଲିସ ଅଧିକାରୀଙ୍କୁ ଗିରଫ୍ କରାଯିବା କଥା ବୋଲି ସେ କହିଛନ୍ତି । କାରଣ ଅଙ୍କିତା ଥାନାକୁ ଏଫଆଇଆର ଲେଖିବାକୁ ଯାଇଥିଲେ କିନ୍ତୁ ତାଙ୍କ ସହ ଅଧରାତିରେ ଏପରି ଅମାନୁଷୀକ କାର୍ଯ୍ୟ କରିଛି ପୋଲିସ ତାହା ଅତ୍ୟନ୍ତ ଲଜ୍ଜ୍ୟ ଜନକ …..