Pratidin TV

Odisha's Digital News Platform

ବୁଥ କ୍ୟାପ୍‌ଚରିଂ ଅଭିଯୋଗ ଆଣିଲେ ଅରିନ୍ଦମ , କହିଲେ ମୋ ଆଖି ଆଗରେ ହୋଇଛି ଆକ୍ରମଣ ..

1 min read

ରାଜ୍ୟରେ ଜାରି ରହିଛି ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ଅବସରରେ ବିଭିନ୍ନ ବୁଥରେ ଗଣ୍ଡଗୋଳର ଖବର ସାମନାକୁ ଆସିଛି । ତେବେ ସବୁଠାରୁ ବଡ଼କଥା ହେଉଛି ସାଲେପୁରରେ ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସାଲେପୁର ମାଳଶାସନ ୧୮୪ ଓ ୧୮୫ ନଂ ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପନିକିରେ ହାଣିବା ସହ ବିଜେଡି ସମର୍ଥକ ସେମାନଙ୍କୁ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି ।

ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଏହାକୁ ନେଇ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଲୋକସଭା ଅଧିନ ସାଲେପୁର ଲୁଣାହାର ବୁଥରେ ବୁଥ କ୍ୟାପ୍‌ଚରିଂ କରାଯାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ବିଜେପିର ସାଲେପୁର ବିଧାନସଭା ପ୍ରାର୍ଥୀ ଅରିନ୍ଦମ ରାୟ। ସେ କହିଛନ୍ତି, ବୁଥ ଭିତରେ ୮ରୁ ୧୦ ଯୁବକ ପଶି ମହିଳାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବାକୁ କହୁଛନ୍ତି। ଏନେଇ ମୁଁ ପୋଲିଂ ଅଫିସରଙ୍କୁ ପଚାରିଲି।

Advertisement

ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ମୁଁ ଏନେଇ ଆପତ୍ତି ଉଠାଇବାରୁ ପରେ ବିଜେଡିର କିଛି ଯୁବକ ଆସି ପାଟିତୁଣ୍ଡ କରିବା ସହ ହୋହଲ୍ଲା କରିଥିଲେ। ବିଜେଡିର ଗୁଣ୍ଡାମାନେ ବୁଥ ଭିତରେ ଓ ବାହାରେ ଜଗି ରହିଛନ୍ତି। ଏନେଇ ମୁଁ ଜିଲ୍ଲାପାଳଙ୍କୁ ଅବଗତ କରିବି ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବି ବୋଲି କହିଛନ୍ତି ଅରିନ୍ଦମ ରାୟ। ତେବେ ଏନେଇ ବିଜେଡିର କିମ୍ବା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *