Pratidin TV

Odisha's Digital News Platform

ଅରିନ୍ଦମ ଡାକୁଆ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଅନୁପମ ଶାହ ଅତିରିକ୍ତ ସଚିବ

1 min read

IAS ଅଫିସର ଅରିନ୍ଦମ ଡାକୁଆ ହେଲେ ମୁଖ୍ୟମନ୍ତ୍ରୀ ମୋହନ ହରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ | ୨0୧୧ ବ୍ୟାଚର IAS ତଥା କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ମିଳିଛି ନିଯୁକ୍ତି | ସେହିପରି ଅନୁପମ ଶାହଙ୍କୁ ଅତିରକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି | ଜଗତସିଂହପୁର ଜିଲ୍ଲାପାଳ ୨୦୧୨ ବ୍ୟାଚ୍ ଆଇଏଏସ୍ ଅନୁପମ ଶାହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଅରିନ୍ଦମଙ୍କ ଘର ଭଞ୍ଜନଗର ଅଞ୍ଚଳରେ | ସେହିପରି ଅନୁପମଙ୍କ ଘର କଳାହାଣ୍ଡି ଜିଲ୍ଲାରେ।

ତେବେ ଗତ ୨ ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାଇ ବରିଷ୍ଠ IAS ନିକୁଞ୍ଜ ଧଳ ବିହାରୀଙ୍କୁ ମଧ୍ୟ ନିଯୁକ୍ତି ମିଳିଥିଲା | ସାଧାରଣ ନିର୍ବାଚନ ପୂର୍ବରୁ ନିର୍ଦ୍ଦେଶକ ପାହ୍ୟାର ଏହି ୨ ଅଫିସରଙ୍କୁ ଜିଲ୍ଲାପାଳ ଭାବେ ନିର୍ବାଚନ କମିଶନ ନିଯୁକ୍ତି ଦେଇଥିଲେ |

ଶ୍ରୀ ଡାକୁଆ ୨୦୧୩ ଜୁଲାଇରୁ ୨୦୧୪ ଅଗଷ୍ଟ ମାସ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଜିଳ୍ଲାପାଳ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଶ୍ରୀ ଡାକୁଆ ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି । ସେହିପରି ଶ୍ରୀ ଶାହ ୨୦୧୪ ସେପ୍ଟେମ୍ବରରୁ ୨୦୧୫ ଡିସେମ୍ବର ପର୍ଯ୍ୟନ୍ତ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବେ ଓଡ଼ିଶାରେ କ୍ୟାରିୟର ଆରମ୍ଭ କରିଥିଲେ। ଶ୍ରୀ ଶାହା କୋରାପୁଟ ଓ ଗଜପତି ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।

Leave a Reply

Your email address will not be published. Required fields are marked *