Pratidin TV

Odisha's Digital News Platform

ହଠାତ ବିଗିଡ଼ିଲା ସ୍ଵାସ୍ଥ୍ୟବସ୍ଥା, ବ୍ରିଟେନ ଲାଇଭ କନସର୍ଟ ବାତିଲ କରି ହସ୍ପିଟାଲ୍‌ରେ ହେଲେ ଭର୍ତ୍ତି ଅରିଜିତ

ବଲିଉଡର ଲୋକପ୍ରିୟ ଗାୟକ ଅରିଜିତ୍ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଯାଇଛି। ଏହି କାରଣରୁ ସେ ଚଳିତ ମାସରେ ବ୍ରିଟେନରେ ହେବାକୁ ଥିବା କନ୍‌ସର୍ଟକୁ ସ୍ଥଗିତ ରଖିଛନ୍ତି। ଗାୟକ ସାମାଜିକ ଗଣମାଧ୍ୟମ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି ଏହାସହ ତାଙ୍କର କନ୍‌ସର୍ଟ ସ୍ଥଗିତ ରଖିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଅରିଜିତ୍‌ କହିଛନ୍ତି ଯେ, ତାଙ୍କର ଚିକିତ୍ସା ଚାଲିଛି, ଯେଉଁଥିପାଇଁ ସେ ବ୍ରିଟେନରେ କନସର୍ଟ କରିବାକୁ ଅସମର୍ଥ। ତେବେ ସେ ନୂଆ ତାରିଖ ମଧ୍ୟ ଘୋଷଣା କରିଛନ୍ତି।

ଅରିଜିତ୍‌ ସିଂହ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ସେ କ୍ୟାପ୍ସନରେ ଲେଖିଛନ୍ତି, ‘‘ଗୁରୁତ୍ଵପୂର୍ଣ୍ଣ ଅପ୍‌ଡେଟ ଏବଂ ସୂଚନା’’। ପୋଷ୍ଟରେ ଲେଖିଛନ୍ତି, ‘‘ପ୍ରିୟ ପ୍ରଶଂସକଗଣ, ଦୁଃଖର ସହ ଘୋଷଣା କରୁଛି ଯେ, କିଛି ଚିକିତ୍ସା ପରିସ୍ଥିତି ଯୋଗୁ ଅଗଷ୍ଟରେ ହେବାକୁ ଥିବା ମୋର ସଙ୍ଗୀତ କାର୍ଯ୍ୟକ୍ରମକୁ ମୋତେ ସ୍ଥଗିତ ରଖିବାକୁ ପଡ଼ିଛି। ମୁଁ ଜାଣେ ଆପଣମାନେ ଏହି ଶୋ’କୁ କେତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଏବଂ ମୁଁ ପ୍ରକୃତରେ ଖୁବ୍‌ ଦୁଃଖିତ ଏବଂ ନିରାଶ ହୋଇଛି ଯେ ଏହି ଶୋ ହେଉନାହିଁ। ଆପଣମାନଙ୍କ ଭଲପାଇବା ଏବଂ ସହଯୋଗ ମୋର ଶକ୍ତି। କିନ୍ତୁ ଏହି କନସର୍ଟକୁ ଆହୁରି ଯାଦୁକର କରିବାକୁ ଚେଷ୍ଟା କରୁଛି’’।





Leave a Reply

Your email address will not be published. Required fields are marked *