ମଲାଇକା-ଅର୍ଜୁନଙ୍କ ହେଲା ବ୍ରେକଅପ , ନିଜେ ଅଭିନେତା କଲେ କନଫର୍ମ..
1 min readବଲିଉଡର ଲଭ ବାର୍ଡ ତଥା ବିବାଦୀୟ ପ୍ରେମିକା ପ୍ରେମିକ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ବ୍ରେକଅପ ହୋଇଛି । ବୟସରେ ବହୁତ ତଫାତ ଥିଲେ ମଧ୍ୟ ଦୁହେଁ ଏମିତି ପ୍ରେମ ଡୋରରେ ବାନ୍ଧି ହେଲେ ଯେ ଯେମିତି ଜନ୍ମ ଜନ୍ମର ସାଥୀ । କାହାକୁ ଖାତିର କରି ନଥିଲେ କି ସେମାନଙ୍କ ସମ୍ପର୍କ ଯୋଗୁଁ କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇ ପାରେ ସେ କଥାକୁ ମଧ୍ୟ ଭ୍ରୁକ୍ଷେପ କରି ନଥିଲେ । ସୋସିଆଲ ମିଡିଆରେ ଦୁହିଙ୍କୁ ପ୍ରବଳ ଟ୍ରୋଲ କରାଯାଇଥିଲା । ଆଉ ଦୁହେଁ ବେଶ୍ ମୁହଁ ଟାଣ କରି ଜବାବ ଦେବାକୁ ମଧ୍ୟ ପଛାଉ ନଥିଲେ । ଏବେ କିନ୍ତୁ ଦୁହେଁ କୁଆଡ଼େ ଭିନ୍ନ ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି । ଶୁଣିବାକୁ ମିଳୁଛି କି କିଛି ଦିନ ହେଲା ଦୁହିଙ୍କ ଭିତରେ ମନାନ୍ତର ଆରମ୍ଭ ହୋଇଥିଲା । ଏବେ ଅର୍ଜୁନ ଆଉ ମଲାଇକାଙ୍କ ପାଖରେ ରହୁ ନାହାନ୍ତି । କିଛି ଏପରି ଗୁଜବ କୁ ନେଇ ଚର୍ଚ୍ଚା ହେଉଥିଲା ।
ଶେଷରେ ଅର୍ଜୁନ କପୁର ନିଜେ ଏହି ଗୁଜବକୁ ନିଶ୍ଚିତ କରି କହିଛନ୍ତି ବର୍ତ୍ତମାନ ସେ ସିଙ୍ଗଲ୍ ଅଛନ୍ତି । ଅର୍ଜୁନ କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘Singham Again’ର ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଏକ ଇଭେଣ୍ଟରେ ଅର୍ଜୁନଙ୍କ ସାମ୍ନାରେ ପାପାରାଜି ମଲାଇକାଙ୍କ ନାମ ଉଚ୍ଚ ସ୍ୱରରେ ଡାକିବା ଆରମ୍ଭ କରିଥିଲେ । ଭିଡ଼ ମଧ୍ୟରୁ କେହି ଜଣେ ପଚାରିଥିଲେ ମଲାଇକା ଜୀ କିପରି ଅଛନ୍ତି? ହେଲେ ଅର୍ଜୁନଙ୍କ ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । “ଅର୍ଜୁନ କପୁର ଖୋଲାଖୋଲି ଭାବେ କହିଥିଲେ, ‘ନା, ନା! ମୁଁ ବର୍ତ୍ତମାନ ସିଙ୍ଗଲ ଅଛି । ଏହି ଖବର ଶୁଣି ଉଭୟଙ୍କ ଫ୍ରେଣ୍ତସ୍ ଖୁବ୍ ଦୁଃଖିତ ଅଛନ୍ତି । ସୋସିଆଲ ମିଡିଆରେ ଏହି ଉଭୟ ଫ୍ୟାନ୍ସଙ୍କର ଭିନ୍ନ ଭିନ୍ନ କମେଣ୍ଟ କରିବା ଆରମ୍ଭ କରିଛନ୍ତି ।