ଅର୍ଜୁନ କପୁରଙ୍କୁ ସାଂଘାତିକ ରୋଗ! ୩୦ ବର୍ଷରୁ ହୋଇଛନ୍ତି ପୀଡ଼ିତ…
1 min readଅର୍ଜୁନ କପୁର ଆଜିକାଲି ତାଙ୍କ ଆକ୍ସନ୍ ଫିଲ୍ମ ‘ ସିଙ୍ଘମ ଏଗେନକୁ ନେଇ ଖୁବ ଚର୍ଚ୍ଚାରେ। ଏହି ଫିଲ୍ମ ୧ ନଭେମ୍ବର ଦୀପାବଳି ଅବସରରେ ରିଲିଜ୍ ହୋଇଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ଅର୍ଜୁନ କପୁର ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ଯେଉଁଥିରେ ଅର୍ଜୁନ କପୁର ହାଇ ସ୍ପିଡ୍ ଆକ୍ସନ୍ ନଜର ଆସିଛନ୍ତି ।ଏହି ସିନେମାରେ ଅର୍ଜୁନ କପୁରଙ୍କ ଖଳନାୟକ ଭୂମିକାକୁ ଦର୍ଶକ ବେଶ ପସନ୍ଦ ବି କରୁଛନ୍ତି।ତେବେ ‘ସିଙ୍ଘମ ଏଗେନ’ ଥିଏଟରରେ ଚାଲିଥିବାବେଳେ ଅର୍ଜୁନ କପୁରଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଅର୍ଜୁନ କପୁର ତାଙ୍କ ଅସୁସ୍ଥତାକୁ ନେଇ ପ୍ରକାଶ କରିଛନ୍ତି।
ତେବେ ଅର୍ଜୁନ କପୁର ଙ୍କର ହାସିମୋଟୋସ ଥାଇରଏଡାଇଟିସ ଭଳି ଏକ ରୋଗରେ ପୀଡ଼ିତ ଅଛନ୍ତି ।ନିଜେ ଅର୍ଜୁନ କପୁର ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ କହିଛନ୍ତି, ‘ମୁଁ ମୋ ସ୍ବାସ୍ଥ୍ୟକୁ ନେଇ କେବେ ଖୋଲାଖୋଲି ଆଲୋଚନା କରି ନାହିଁ। ମୁଁ ହାସିମୋଟୋସ ଥାଇରଏଡାଇଟିସ ଭଳି ଏକ ରୋଗରେ ପୀଡ଼ିତ ଅଛି। ତେବେ ଏହି ରୋଗରେ ଥାଇରଏଡ ଗ୍ରନ୍ଥି କ୍ରମାନୁସାରେ ନଷ୍ଟ ହୋଇଯାଏ । ଆରମ୍ଭରୁ କୌଣସି ଲକ୍ଷଣ ଦେଖା ଦେଇ ନଥାଏ । କିନ୍ତୁ ସମୟ କ୍ରମେ ଏହି ରୋଗରେ ପୀଡ଼ିତ ଥିବା ରୋଗୀଙ୍କ ଶରୀରରେ ଥାଇରଏଡର ଆକାର ବଢ଼ିଯାଇ ଏକ ଗଳଗଣ୍ଡ/ଗଏଟର ତିଆରି ହୋଇଥାଏ। ଏହି ରୋଗରେ ୩୦ବର୍ଷ ବୟସରୁ ପୀଡ଼ିତ ଅଛନ୍ତି ।କେବେଳ ଅର୍ଜୁନ ନୁହନ୍ତି ତାଙ୍କ ମା’ ଓ ଭଉଣୀ ମଧ୍ୟ ଏହି ରୋଗରେ ପୀଡିତ ଅଛନ୍ତି ।’