Pratidin TV

Odisha's Digital News Platform

ଚାଷୀଙ୍କ ଉପରେ ଚକଡା ଚଡକ , ହତାଶ ଚାଷୀକୁଳ …

1 min read

ବରଗଡ ଜିଲ୍ଲା କୁ ଓଡିଶା ର ଭାତହଣ୍ଡି କୁହାଯାଉଥିବାବେଳେ ବରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷୀଭାଇ ଙ୍କ ଧାନ ବିଲ ରେ ଚକଡା ପୋକ ଆତଙ୍କଯୋଗୁଁ ଚାଷୀ ଙ୍କ ମୁଣ୍ଡ ରେ ଚଡକ ପଡିଛି l ବର୍ତ୍ତମାନ ଧାନଗଛ ଗୁଡିକ ଅମଳ ହେବା ଅବସ୍ଥାରେ ଥିବା ବେଳେ ଚକଡା ପୋକ ଚାଷୀ ଙ୍କ ଚିନ୍ତା ବଡାଇଦେଇଛି l ପ୍ରାଥମିକ ପର୍ଯ୍ୟାୟ ରେ ଚକଡା ପୋକ ଅଧିକ ପରିମାଣ ରେ ଲାଗିଥିବା ବେଳେ ଆଗକୁ ଏହାର ପ୍ରଭାବ ଅଧିକ ରୁ ଅଧିକ ରହିବ ବୋଲି ଚାଷୀମାନେ ଅନୁମାନ କରିଛନ୍ତି l

ବରଗଡ ଜିଲ୍ଲା ର ସମସ୍ତ ବ୍ଲକ ରେ ଚକଡା ପୋକ ର ଆତଙ୍କ ଦେଖାଦେଇଛି l ଚକଡା ପୋକ ରୁ ଚାଷୀ ନିଜଫସଲ କୁ ବଞ୍ଚାଇବା ପାଇଁ ଚାଷୀ ବଜାର ରେ ମିଳୁଥିବା ଔଷଧ ପ୍ରୟୋଗ କଲେ ମଧ୍ୟ୍ୟ ଚକଡା ପୋକ ଆତଙ୍କ ରୁ ଚାଷୀ ତ୍ରାହିପାଇପାରୁନାହିଁ l ଚାଷୀ ମାନେ ବଜାରରେ ମିଳୁଥିବା ଔଷଧ କିଣିଆଣି ନିଜ ଚାଷ ଜମିରେ ବ୍ୟବହାର କରୁଛନ୍ତି l ଗୋଟିଏ କେଜି କିମ୍ବା ଗୋଟିଏ ଲିଟର ଚକଡା ପୋକ ଔଷଧ କୁ ଚାଷୀ କୁ ପାଞ୍ଚ ହଜାର ରୁ ଅଧିକ ଟଙ୍କା ଦେଇ କିଣିଥିବାବେଳେ ଚାରି ରୁ ପାଞ୍ଚ ଏକର ଜମି ରେ ଗୋଟିଏ ଲିଟର ଔଷଧ ପ୍ରୟୋଗ କରାଯାଉଛି l ଯାହା ଚାଷୀ କୂଳ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଥିବା ବେଳେ ବେଳେ ଔଷଧ କାମକରୁନଥିବା ଅଭିଯୋଗ ହେଉଛି l

Advertisement

Leave a Reply

Your email address will not be published. Required fields are marked *