Pratidin TV

Odisha's Digital News Platform

ଯବାନଙ୍କ ହାତରୁ ବନ୍ଧୁକ ଖସିଯାଇ ହେଲା ଗୁଳି ବର୍ଷଣ, ଜଣେ ଯବାନ ମୃତ…

1 min read



ଶ୍ରୀନଗର: ଦର୍ଶକବନ୍ଧୁ ଆମ ଜୀବନରେ ଅନେକ ଛୋଟ ବଡ ଭୁଲ ହୋଇଥାଏ । ଆଉ କିଛି ଭୁଲ ପାଇଁ ଆମେ ନିଜେ କିମ୍ବା ଅନ୍ୟ ଲୋକ ବିପଦରେ ପଡିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ସାମାନ୍ୟ ଭୁଲ ପାଇଁ କେବେ କାହାର ଜୀବନ ଚାଲିଯିବ ବୋଲି । କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ଖବର ବିଷୟରେ କହିବାକୁ ଯାହା ଶୁଣିଲେ ଆପଣ ମାନେ ବିଚଳିତ ହେବେ । ହଁ ଆଜ୍ଞା ଭୁଲ ବଶତଃ ଜଣେ ଯବାନଙ୍କ ହାତରୁ ବନ୍ଧୁକ ଖସିଯାଇ ଅନ୍ୟ ଜଣେ ଯବାନଙ୍କ ଜୀବନ ନେଇଯାଇଛି ।

ଏଭଳି ଦୁର୍ଘଟଣା ଘଟିଛି ଜମ୍ମୁକଶ୍ମୀରର ବାନ୍ଦିପୋରାସ୍ଥିତ ସେନାର ୧୪ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର) କ୍ୟାମ୍ପରେ । ସୂଚନା ମୁତାବକ କ୍ୟାମ୍ପରେ ସବୁ ଯବାନ ଥିବାବେଳେ ଜଣେ ସୈନିକଙ୍କ ହାତରୁ ଗୁଳି ଭର୍ତ୍ତି ବନ୍ଧୁକଟି ହଠାତ୍ ତଳକୁ ଖସିପଡଥିଲା । ସେ ବନ୍ଧୁକକୁ ଧରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରିନଥିଲେ । ଆଉ ବନ୍ଧୁକ ତଳେ ପଡିବା କ୍ଷଣି ଏଥିରୁ ଦୁଇ ରାଉଣ୍ଡ ଗୁଳି ଫାୟାରିଂ ହୋଇଥିଲା । ଯାହାଫଳରେ ଦୁଇ ଜଣ ଯବାନଙ୍କ ଦେହରେ ଗୁଳିମାଡ ହୋଇଥିଲା । ଉଭୟଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟଜଣେ ଚିକିତ୍ସିତ ହେଉଛନ୍ତି । ତେବେ ଯେଉଁ ବନ୍ଧୁକରୁ ଗୁଳି ଚଳାଯାଇଥିଲା ସେହି ସୈନିକଙ୍କୁ ଗିରଫ କରାଯାଇଛି । ପ୍ରୋଟୋକଲ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜମ୍ମୁକଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *