Pratidin TV

Odisha's Digital News Platform

ବିବାହର ୧୫ ଦିନରେ କଥା ଦେଇ ଯାଇଥିଲେ ସ୍ତ୍ରୀକୁ , ୨ ମାସ ପରେ ସହିଦ୍ ହୋଇ ଫେରିଲେ ।

1 min read

ବଡମ୍ବା ; ଯବାନ ପୁଅକୁ ହରାଇ କାନ୍ଦୁଛି ପରିବାର,ନବ ବିବାହିତ ପତ୍ନୀର ଛାତି ଫଟା କାନ୍ଦ ଆଉ ଯାବନ ପୁଅକୁ ହରାଇ ବାପା ମାଙ୍କ ଆତ ଚିତ୍କାରରେ ଫାଟିପଡୁଛି ଗାଁ ଦାଣ୍ଡ । ଗ୍ରାମବାସୀ ଙ୍କ ଗର୍ବ ଗୌରବ ଯବାନ ପୁଅର ଅସମୟରେ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ବ୍ରହ୍ମପୁରା ଗ୍ରାମର ଗ୍ରାମବାସୀ । ନରସିଂହପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମର ପିଣ୍ଟୁ ନାୟକ (୨୬) ବର୍ଷଙ୍କର ଜଣ୍ଡିସ ରୋଗରେ କାଲି ଅକାଳ ବିୟୋଗ ହୋଇଯାଇଥିଲା ।

ସ୍ବର୍ଗତ ପିଣ୍ଟୁ ନାୟକ ପଞ୍ଜାବରେ ଆର୍ମି କାର୍ଯ୍ୟଳୟରେ ଯବାନ ଭାବେ କାର୍ଯ୍ୟ କରୁଥିବାବେଳେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ନିଜ ଜନ୍ମମାଟିକୁ ଆଜି ପିଣ୍ଟୁ ନାୟକ ଙ୍କ ପାର୍ଥିବ ଶରୀର କୁ ଅଣାଯାଇଛି । ବୀର ଯବାନ ସ୍ୱର୍ଗତ ପିଣ୍ଟୁଙ୍କୁ ନରସିଂହପୁରର ସମସ୍ତ ଯୁବ ଗୋଷ୍ଠୀ ବାଗଧରିଆ ଠାରୁ ବାଇକ୍ ଶୋଭାଯାତ୍ରା କରି ଅମର ରହେ ଧ୍ଵନି ନାରା ଦେଇ ପୈତୃକ ଘରକୁ ଅଣାଯାଇଥିଲା । ବିବାହର ୧୫ ଦିନ ପରେ ସ୍ତ୍ରୀକୁ କଥା ଦେଇଥିଲେ ଛୁଟି ନେଇ ଖୁବ୍ ଶୀଘ୍ର ଆସିବି କିନ୍ତୁ ଦୁଃଖର କଥା ଫେରିଲେ ପିଣ୍ଟୁ କିନ୍ତୁ ଜୀବନ୍ତ ଅବସ୍ଥାରେ ନୁହେଁ ଶବ ହୋଇ ଫେରିଛନ୍ତି ।

Advertisement

ଗ୍ରାମର ମହାନଦୀ ପଠାରେ ଥିବା ଶ୍ମଶାନରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଯବାନମାନଙ୍କ ଦ୍ଵାରା ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା ।ରୀତିନୀତି ଅନୁଯାୟୀ ଗ୍ରାମବାସୀଙ୍କ ଦ୍ବାରା ନିଜ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *