Pratidin TV

Odisha's Digital News Platform

ଜମି ବିବାଦକୁ ନେଇ ଗୁଳିକାଣ୍ଡ , ଘଟଣା ସ୍ଥଳରେ ଟଳିପଡିଲେ ସେନା କର୍ମଚାରୀ

ନୟାଗଡ : ଜମିବିବାଦକୁ କେନ୍ଦ୍ର କରି ଆଜି ନୟାଗଡ ଜିଲ୍ଲାରେ ଘଟିଯାଇଚି ଏକ ହୃଦୟଥରା ଅଘଟଣା ।ନୟାଗଡ ଜିଲ୍ଲା ଇଟାମାଟି ଥାନ ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁରେ ଜମିଜମାକୁ କେନ୍ଦ୍ର କରି ଗୁଳିମାଡ ହୋଇଛି । ପଡୋଶୀର ଗୁଳିମାଡରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତ ଅବସରପ୍ରାପ୍ତ ସେନା କର୍ମଚାରୀ ଜଣଙ୍କ ହେଲେ ଅନିରୁଦ୍ଧ ନାୟକ।

ଜମିଜମା ବିବାଦକୁ କେନ୍ଦ୍ର କରି ଅନିରୁଦ୍ଧଙ୍କର ତାଙ୍କ ପଡ଼ୋଶୀଙ୍କ ସହ ଦୀର୍ଘଦିନରୁ ବିବାଦ ଲାଗି ରହିଥିବା ବିବାଦ ସୋମାବର ସକାଳେ ଉଗ୍ର ରୂପ ନେଇଥିଲା । ଆଜି ସକାଳେ ଜମିଜମା କଳହରୁ ଅନିରୁଦ୍ଧଙ୍କ ସହ ତାଙ୍କ ପଡୋଶୀଙ୍କର ଜୋରଦାର ଝଗଡା ହୋଇଥିଲା । ଏହାପରେ ଅନିରୁଦ୍ଧଙ୍କ ପଡୋଶୀ ତାଙ୍କ ଉପରକୁ ଆଖିବୁଜା ୧୩ ରାଉଣ୍ଡ ଗୁଳି ଚାଳନ କରିଥିଲେ । ଘଟଣା ସ୍ଥଳରେ ଅନିରୁଦ୍ଧଙ୍କ ଉପରେ ୧୦ ରାଉଣ୍ଡ ଗୁଳି ବାଜିଥିବା ବେଳେ ,ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏବଂ ଏଥିରେ ଆଉ ୪ ଜଣ ମଧ୍ୟ ଆହତ ହୋଇଥିଲେ । ତେବେ ଆହତ ହୋଇଥିବା ବ୍ୟକ୍ତି ଅନିରୁଦ୍ଧଙ୍କ ପରିବାର କିମ୍ବା ଆଉ କିଏ ତାହା ଏଯାଏଁ ସ୍ପଷ୍ଟ ଜଣାପଡିନାହିଂ । କିନ୍ତୁ ସେମାନଙ୍କୁ ଘଟନା ସ୍ଥଳରୁ ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ନୟାଗଡ ଏସପି ଘଟଣା ସ୍ଥଳରେ ପହଞ୍ଚି ସପୃକ୍ତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି । ଏହା ସହ ଅନିରୁଦ୍ଧଙ୍କ ଉପରକୁ ଯେଉଁ ବନ୍ଧୁକରେ ଗୁଳିମାଡ ହୋଇଥିଲା ତାହା ଲାଇସେନ୍ସ ପ୍ରାପ୍ତ କି ନୁହେଁ ତାହାର ମଧ୍ୟ ତଦନ୍ତ ଚାଲିଛି । ସେହିଭଳି ଉକ୍ତ ଗାଁରେ ଯେପରି କୌଣସି ପ୍ରକାରର ବିଶୃଙ୍ଖଳିତ ପରିସ୍ଥିତି ନଘଟୁ ସେଥିପାଇଁ ପୋଲିସ ଫୋର୍ସ ମୃତୟନ କରାଇଛନ୍ତି ନୟାଗଡ ଏସ୍‌ପି ।

Leave a Reply

Your email address will not be published. Required fields are marked *