Pratidin TV

Odisha's Digital News Platform

ଚାଇନା ସୂତା ନେଲା ଯବାନଙ୍କ ଜୀବନ , ଡ୍ୟୁଟି ଯିବା ସମୟରେ ଗଳାରେ ଲାଗିଗଲା ….

1 min read

ନୂଆଦିଲ୍ଲୀ ; ମକର ସକ୍ରାନ୍ତିରେ ଅଘଟଣ । ଭାରତୀୟଙ୍କ ଘରେ ଘରେ ଆଜି ପୂଜା ସହ ଖୁସିର ମାହୋଲ ଚାଲିଥିବା ବେଳେ ଜଣେ ଯବାନଙ୍କ ଘର ଉପରେ ମାଡିଯାଇଛି ଦୁଃଖର ପାହାଡ । ଗୁଡି ସୂତାରେ ବେକ କଟି ଅକାଳରେ ଚାଲିଯାଇଛି ଯବାନଙ୍କ ଜୀବନ । ସରକାରଙ୍କ ବାରମ୍ବାର କଟକଣା ସତ୍ତ୍ୱେ ମାଞ୍ଜା ସୂତାର ବ୍ୟବହାର ଦ୍ୱାରା ଆଜି ଜଣେ ଯବାନଙ୍କ ସହ ଏଭଳି ଘଟଣା ଘଟିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ୨୯ ବର୍ଷିୟ ଯବାନ ନାୟକ କେ. କୋଟେଶ୍ୱରା ରେଡ୍ଡୀ ସଂଧ୍ୟା ୬ଟା ସମୟରେ ହାଇଦ୍ରାବାଦ ଗୋଲକୋଣ୍ଡାର ମିଲିଟାରୀ ହସ୍ପିଟାଲକୁ ବାଇକ୍ ଯୋଗେ ଯାଉଥିଲେ । ସେହି ସମୟରେ ହଠାତ୍ ତାଙ୍କ ଗଳାରେ ମାଞ୍ଜା ସୂତା ଲାଗି ଯାଇଥିଲା ।ଫଳରେ ସେ ତଳେ ପଡ଼ିଯିବା ସହ ପ୍ରବଳ ରକ୍ତସ୍ରାବ ମଧ୍ୟ ହୋଇଥିଲା । ତେବେ ଘଟଣା ସ୍ଥଳରେ ସାଙ୍ଗ ଶଙ୍କର ଗୌଡ ରେଡ୍ଡୀଙ୍କୁ ଡାକ୍ତରଖାନା ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ରକ୍ତସ୍ରାବ ହୋଇ ଗୁରୁତର ହୋଇଥିବାରୁ ରେଡ୍ଡୀଙ୍କୁ ତାଙ୍କ କାନ୍ଧରେ ବୋହି ନେଇଥିଲେ ଏବଂ ତାଙ୍କୁ ମିଲିଟାରୀ ହସ୍ପିଟାଲକୁ ନେବା ପାଇଁ ଏକ ରିକ୍ସା ଅଟକାଇ ଶେଷରେ ବହୁତ କଷ୍ଟରେ ପହଞ୍ଚିଥିଲେ ହସ୍ପିଟାଲରେ । କିନ୍ତୁ ଅତି ଦୁଃଖର ବିଷୟ ଯେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ରେଡ୍ଡୀଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଏବଂ ଅନ୍ତିମ ରୀତି ତାଙ୍କ ଜନ୍ମ ବିଶାଖାପାଟନମ୍ ଜିଲ୍ଲାରେ କରାଯାଇଥିଲା।

Advertisement

ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି ଏବଂ ତଦନ୍ତ ଚାଲିଛି। ତାଙ୍କ ଅଭିଯୋଗରେ ପ୍ରତ୍ୟୁଷା ନିଷିଦ୍ଧ ମାଞ୍ଜା ବିକ୍ରୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି ଏହା ମନୁଷ୍ୟ ତଥା ପଶୁମାନଙ୍କ ପାଇଁ ହେଉଥିବା ବିପଦ ଉପରେ ଗୁରୁତ୍ୱାରୋପ କରିଥିଲେ। ଚାଇନାର ମଞ୍ଜା, ପତଳା ଏବଂ ପ୍ରାୟ ଅଦୃଶ୍ୟ ଯାହା ଫଳରେ ନିରୀହ ଲୋକଙ୍କ ଜୀବନ ଯାଉଛି । ତେବେ ରେଡ୍ଡୀଙ୍କ ଘରେ ତାଙ୍କ ପତ୍ନୀଙ୍କ ସହ ୨ ବର୍ଷର ଝିଅ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *