ଯବାନ ମାନଙ୍କ ଗାଡିକୁ ଘେରଯାଇ ଗୁଳି ଚଳାଇଲେ ଆତଙ୍କବାଦୀ…
1 min readଭାରତୀୟ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ । ସେନାର ଯବାନ ମାନଙ୍କ ଟ୍ରକକୁ ଘେରିଯାଇ ଗୁଳିମାଡ କଲେ ଆତଙ୍କବାଦୀ । ଆଜି ଅର୍ଥାତ ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବା ଡେରା କି ଗାଲି ରେ ଏହି ଘଟଣା ଘଟିଛି । ଏକ ମାସ ମଧ୍ୟରେ ଏହି ଅଞ୍ଚଳରେ ଯବାନ ମାନଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ । ତେବେ ଯେଉଁଠାରେ ଗୁଳି ବିନିମୟ ହୋଇଥିଲା ସେହି ସ୍ଥାନକୁ ଅତିରିକ୍ତ ସୁରକ୍ଷା ବଳ ପଠାଯାଇଛି ବୋଲି ସୂଚନା ମିଳିଛି । ଏହି ଆକ୍ରମଣ ପରେ ବି ଆଖପାଖରେ ଗୁଳି ବିନିମୟ ହୋଇଥିବାର ଜଣାପଡିଛି । ତେବେ ଗତ ମାସରେ, ରାଜୋରିର କାଲାକୋଟେରେ ଭାରତୀୟ ସେନା ଏବଂ ଏହାର ବିଶେଷ ବାହିନୀ ଦ୍ୱାରା କରାଯାଇଥିବା ଆତଙ୍କବାଦ ବିରୋଧୀ ଅପରେସନରେ ଦୁଇ କ୍ୟାପଟେନଙ୍କ ସମେତ ଅନ୍ୟ ସୈନିକ ସହିଦ ହୋଇଥିଲେ । ଏହି ଅଞ୍ଚଳ ଆତଙ୍କବାଦୀ କାର୍ଯ୍ୟକଳାପର ଏକ କେନ୍ଦ୍ର ପାଲଟିଥିବା ବେଳେ ଚଳିତ ବର୍ଷ ଏପ୍ରିଲରୁ ମେ ମଧ୍ୟରେ ରାଜୈାରୀର -ପୁଞ୍ଚ ଅଞ୍ଚଳରେ ଦୁଇଟି ଆକ୍ରମଣରେ ପ୍ରାୟ ୧୦ ଯବାନ ସହିଦ ହୋଇଥିଲେ । କୁହାଯାଇଛି ଯେ ୨୦୦୩ ରୁ ୨୦୨୧ ମଧ୍ୟରେ ଏହି ସ୍ଥାନ ଆତଙ୍କବାଦରୁ ମୁକ୍ତ ଥିବା ବେଳେ ପରେ ଏଠାରେ ବାରମ୍ବାର ଏନକାଉଣ୍ଟର ହୋଇଛି । ଗତ ଦୁଇ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଆତଙ୍କବାଦ ବିରୋଧୀ କାର୍ଯ୍ୟ ସମୟରେ ୩୫ ରୁ ଅଧିକ ସହିଦ ହୋଇଛନ୍ତ