Pratidin TV

Odisha's Digital News Platform

ସ୍ୱର୍ଣ୍ଣ ଜିତିବା ପରେ ନଦିମଙ୍କୁ ଶଶୁର ଦେବେ ମଇଁଷି ଉପହାର ..

ଅଲିମ୍ପିକ୍ସରେ ପାକିସ୍ତାନର ଟେକ ରଖିଛନ୍ତି ଜାଭେଲିନ ଥ୍ରୋୟର ଅର୍ଶଦ ନଦୀମ। ସେ ଜାଭେଲିନରେ ପାକିସ୍ତାନ ପାଇଁ ସ୍ୱର୍ଣ୍ଣ ଜିତିବା ପରେ ତାଙ୍କ ଉପରେ ପୁରସ୍କାର ବର୍ଷା ହେବାରେ ଲାଗିଛି। ସେ ଦୁଇ ଥର ଅଲିମ୍ପିକ୍ସ ରେକର୍ଡ ସହ ପ୍ୟାରିସରେ ପାକିସ୍ତାନ ପାଇଁ ପ୍ରଥମ ଖେଳାଳି ଭାବେ ଦୌଡ଼କୁଦରେ ସ୍ୱର୍ଣ୍ଣ ଜିତିବାର ଗୌରବ ହାସଲ କରିଛନ୍ତି। ୩୨ ବର୍ଷ ପରେ ପାକିସ୍ତାନ ମଧ୍ୟ ଅଲିମ୍ପିକ୍ସରେ କୌଣସି ପଦକ ଜିତିବାକୁ ସକ୍ଷମ ହୋଇଛି। ନଦୀମ ୯୨.୯୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ନୂଆ ଇତିହାସ ସୃଷ୍ଟି କରିଛନ୍ତି ।

ଐତିହାସକ ସ୍ୱର୍ଣ୍ଣ ଜିତିବା ପରେ ତାଙ୍କ ପାଇଁ ପାକିସ୍ତାନରେ କୋଟି କୋଟି ଟଙ୍କାର ପୁରସ୍କାର ଓ ସମ୍ମାନ ଘୋଷଣା କରାଯିବାରେ ଲାଗିଛି। ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ରୋଚକ ଘଟଣା ।  ଅରଶଦଙ୍କ ଶ୍ୱଶୁର ତାଙ୍କୁ ଏକ ଉପହାର ଦେବାକୁ ଯାଉଛନ୍ତି ଯାହା କେହି କେବେ କଳ୍ପନା କରି ନ ଥିବେ। ତାଙ୍କୁ ତାଙ୍କ ଶ୍ୱଶୁର ଉପହାର ସ୍ୱରୂପ ମଇଁଷି ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି ।  ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ  କେହି ଜଣେ ଉପହାର ସ୍ବରୂପ କାହିଁକି ମଇଁଷି ଦେଉଛନ୍ତି। କିନ୍ତୁ, ଏହା ପଛର କାରଣ ଆପଣଙ୍କ ହୃଦୟ ଜିତିବ। ବାସ୍ତବରେ, ଅରଶଦ ନଦିମଙ୍କ ଶ୍ୱଶୁର ମହମ୍ମଦ ନୱାଜ କହିଛନ୍ତି ଯେ ତାଙ୍କ ଗାଁରେ ଏକ ମଇଁଷି ଉପହାର ଦେବା ଅତ୍ୟନ୍ତ ସମ୍ମାନଜନକ ଏବଂ ମୂଲ୍ୟବାନ ଏବଂ ଏହା ଗ୍ରାମୀଣ ପରିବେଶ ଏବଂ ପରମ୍ପରାର ଅନୁରୂପ ଅଟେ। ନୱାଜ କହିଛନ୍ତି, ନଦିମ ନିଜ ପାଇଁ ବହୁତ ଗର୍ବିତ। ଏତେବଡ ସଫଳତା ସତ୍ତ୍ୱେ ବି ତାଙ୍କ ଘର ଏବେବି ତାଙ୍କ ଗାଁରେ ଏବଂ ସେ ଏବେ ମଧ୍ୟ ତାଙ୍କ ମାତାପିତା ଏବଂ ଭାଇମାନଙ୍କ ସହିତ ରୁହନ୍ତି। ନୱାଜ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଆମେ ୬ବର୍ଷ ପୂର୍ବେ ନଦିମଙ୍କୁ ଆମ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲୁ, ସେତେବେଳେ ସେ ଛୋଟ କାମ କରୁଥିଲେ ଏବଂ ଘର କାମ ମଧ୍ୟ  କରୁଥିଲେ, କିନ୍ତୁ ସେ ତାଙ୍କ ଖେଳ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ ଏବଂ ସେ କ୍ରମାଗତ ଭାବରେ ଘରେ ଏବଂ କ୍ଷେତରେ ଜାଭେଲିନ ପକାଇବା ଅଭ୍ୟାସ କରୁଥିଲେ।

Leave a Reply

Your email address will not be published. Required fields are marked *