Pratidin TV

Odisha's Digital News Platform

ଆର୍ଟିକିଲ୍ ୩୭୦ କୁ ଲାଗିଲା ବଡ ଝଟକା , ବିଦେଶରେ ହେଲା ବ୍ୟାନ ଚଲଚ୍ଚିତ୍ର …

1 min read

ରିଲିଜ୍ ହୋଇଯାଇଛି ଆର୍ଟିକିଲ୍ ୩୭୦ । ଦୁଇଦିନ ମଧ୍ୟରେ ଦମଦାର କଲେକ୍ସନ କରିସାରିଲାଣି । ହେଲେ ଏବେ ଫିଲ୍ମକୁ ଲାଗିଛି ବଡ ଝଟକା । କାରଣ ବିଦେଶରେ ବ୍ୟାନ ହେଲା ପିଲ୍ମ । ଗଲ୍ଫ ଦେଶରେ ଆର୍ଟିକିଲ୍ ୩୭୦ କୁ ବ୍ୟାନ କରାଯାଇଛି । ଯାହା ନିର୍ମତା ଏବଂ ଅଭିନେତାଙ୍କୁ ଶକ୍ତ ଝଟକା ଲାଗିଛି । ଗଲ୍ଫ ଦେଶର ଏହି ନିଷ୍ପତ୍ତି ସମସ୍ତଙ୍କୁୁ ଆଶ୍ଚର୍ଯ୍ୟ କରୁଛି । କାରଣ ସେଠାରେ ଟୁରିଜିମ୍ ବିିଭିନ୍ନ କ୍ଷେତ୍ରରେ ଭାରତର ଉପସ୍ଥିତ ଦେଖିବାକୁ ମିଳିଥାଏ । ସେଠାରେ ଭାରତୀୟ ସିନେମା ଗୁଡିକର ମଧ୍ୟ ସୁଟିଂ କରାଯାଏ । ଏହା ପୂର୍ବରୁ ଗଲ୍ଫ ଦେଶରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଏରିଆଲ ଆକ୍ସନ-ଥ୍ରୀଲର ଫିଲ୍ମ ‘ଫାଇଟର’ ରିଲିଜ କରିବାକୁ ମଧ୍ୟ ବ୍ୟାନ ହୋଇଥିଲା ।

ଏହି ଚଳଚିତ୍ରଟି କାଶ୍ମୀରରୁ ଧାରା ୩୭୦ ହଟାଯିବା ପରେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଆତଙ୍କବାଦ ହେତୁ ଏଠାରେ କିପରି ବିବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିସହ ଏହାକୁ ରୋକିବା ପାଇଁ ଭାରତୀୟ ସେନା ଅଧିକାରୀମାନେ ଏବଂ ଗୁପ୍ତଚର ସଂସ୍ଥା କିପରି ସଂଘର୍ଷ କରିଥିଲେ ତାହା ଦର୍ଶାଯାଇଛି । ଆତଙ୍କବାଦ କାରଣରୁ କାଶ୍ମୀରରେ କିପରି ବିବାଦ ଦେଖା ଦେଇଥିଲା ଆଉ ଏଭଳି ସ୍ଥିତିକୁ ରୋକିବା ପାଇଁ ସେନା ଅଧିକାରୀ ଓ ଗୁଇନ୍ଦା ବିଭାଗ କିଭଳି ସେମାନଙ୍କର ପରାକାଷ୍ଠା ଦେଖାଇଥିଲେ ତାହା ମଧ୍ୟ ଦର୍ଶାଯାଇଛି ।

ଗୁଇନ୍ଦା ବିଭାଗ ଅଧିକାରୀ ଭାବରେ ନଜର ଆସିଥିବା ୟାମିଙ୍କ ଦମଦାର ଅଭିନୟଙ୍କୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି । ଏଥିସହ ଏହି ଚଳଚ୍ଚିତ୍ରରେ ସାଉଥ ଅଭିନେତ୍ରୀ ପ୍ରିୟା ମଣି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ଅରୁଣ ଗୋବିଲ, ବୈଭବ ତତ୍ୱବାଦୀ, ସ୍କନ୍ଦ ଠାକୁର ଏବଂ ଅଶ୍ୱିନୀ କୌଲଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଅନ୍ୟପଟେ ଶିକ୍ଷଣୀୟ ରାଷ୍ଟ୍ରବାଦୀ ସିନେମା ଲୋକକୁ ଆକର୍ଷିତ କରିଛି ।

Leave a Reply

Your email address will not be published. Required fields are marked *