Pratidin TV

Odisha's Digital News Platform

ରାଜନୀତିରେ ପ୍ରବେଶ କରି ଅଭିନୟ ଛାଡିଦେବେ ଅରୁଣ ଗୋଭିଲ!

1 min read

ଲୋକପ୍ରିୟ ରାମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବେ ଅଭିନୟ ଛାଡି ରାଜନୀତିରେ ପ୍ରବେଶ କରିବା ସହିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ମେରଟ ଆସନରୁ ବିଜେପି ପାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ଅଭିନେତା ଅରୁଣ ଗୋଭିଲ । ତେବେ ଆଜି ମଧ୍ୟ ଅନେକ ଲୋକେ ତାଙ୍କ ପ୍ରକୃତ ନାମ କହିଲେ ଜାଣିପାରନ୍ତିନାହିଁ । କାରଣ ସେ ପ୍ରଭୁ ରାମଙ୍କ ନାମରେ ସମସ୍ତ ଲୋକଙ୍କ ହୃଦୟରେ ଅଛନ୍ତି । ଆଗାମୀ ଦିନରେ ଅରୁଣ ଗୋଭିଲଙ୍କୁ ଅଭିନେତା ନୀତେଶ ତିୱାରୀଙ୍କ ରାମାୟଣରେ ରାଜା ଦାଶରଥ ଭୂମିକାରେ ଦେଖିବାକୁ ମିଳିବ ।

ଏହି ରାମାୟଣରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିବେ । ସେପଟେ କିନ୍ତୁ ରାଜନୀତିରେ ପାଦ ରଖି ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ଅରୁଣ ଗୋଭିଲ । ନିକଟରେ ଅରୁଣ ଖୋଲାଖୋଲି ଭାବେ ଅଭିନୟ ଜଗତକୁ ଛାଡିବାକୁ ନେଇ ନିଜର ମତ ଦେଇଛନ୍ତି । ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଅରୁଣ ଗୋଭିଲ ରାଜନୀତି ପରେ ଅଭିନୟ ଜଗତକୁ ପ୍ରତ୍ୟାବର୍ତ୍ତନ କରିବାକୁ ନେଇ କହିଛନ୍ତି, ‘ଏହା ମୋର କ୍ୟାରିୟରର ଏକ ନୂଆ ଇନିଂସ ଯାହା ଅଭିନୟ ଜଗତଠାରୁ ଟିକେ ଦୂରରେ । ଏହାକୁ ନେଇ ଏବେ ମୁଁ ବହୁତ ଉତ୍ସାହିତ ଅଛି । ବର୍ତ୍ତମାନ ଆଗକୁ ଏହା କି ମୋଡ ନେଉଛି ତାହା ଦେଖିବା ବାକି ରହିଲା ।

Advertisement

Leave a Reply

Your email address will not be published. Required fields are marked *