Pratidin TV

Odisha's Digital News Platform

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅରୁଣ ପଟ୍ଟନାୟକ ହେଲେ ଗଲେନି ନବୀନ ! 

1 min read

ବିବାହ ବନ୍ଧନରେ ବାନ୍ଧିହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ | ନେଦରଲ୍ୟାଣ୍ଡରେ ବିବାହ କରିଛନ୍ତି ଅରୁଣ | ଏନେଇ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ କରିଛନ୍ତି ପୋଷ୍ଟ |

ତେବେ ବିବାହ ସମୟରେ ଅରୁଣ ଏକ କଳା ରଙ୍ଗର ବ୍ଲେଜର ସହ ତାଙ୍କ ଜୀବନସାଥିଙ୍କୁ ଏକ ଧଳା ରଙ୍ଗର ଗାଉନରେ ଦେଖିବାକୁ ମିଳିଥିଲା | ନେଦରଲ୍ୟାଣ୍ଡର ଏକ ହୋଟେଲରେ ଧୂମଧାମରେ ଏହି ବିବାହ ସମ୍ପନ୍ନ ହୋଇଥିବା ବେଳେ ଅରୁଣଙ୍କ ଅନେକ ସମ୍ପର୍କଙ୍କ ଦେଖିବାକୁ ମିଳିଥିଲା |

Advertisement

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଶାସନ କାଳ ଗାଦିରେ ପଦଚ୍ୟୁତ ହେଲେ ସେହି ସମୟରେ ନବୀନ ନିବାସରେ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା | ଚର୍ଚ୍ଚା  ହେଉଥିଲା ନବୀନଙ୍କ ଗାଦି  ହାତେଇବେ ଅରୁଣ ପଟ୍ଟନାୟକ | କିନ୍ତୁ ଗୋଟେପଟେ ନବୀନଙ୍କ ଗାଦି  ଛାଡିବା ଅନ୍ୟପଟେ ଅରୁଣଙ୍କ ବିବାହ ବର୍ତ୍ତମାନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି | କାରଣ ଅରୁଣ ବିଦେଶରେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ  ବିବାହ ପରେ ରାଜନୀତିରେ ଏଣ୍ଟ୍ରି କରିବା କଥା ମଧ୍ୟ ସାମ୍ନାକୁ ଆସିଛି |

Leave a Reply

Your email address will not be published. Required fields are marked *