Pratidin TV

Odisha's Digital News Platform

୩୯୬ ଭୋଟରେ ଜିତିଲେ ଅରୁଣ ସାହୁ ..

1 min read

ନୟାଗଡର ବିଜୟ ଜାରି ରଖିଲା ବିଜେଡି । ବିଜେଡି ପ୍ରାର୍ଥୀ ଅରୁଣ ସାହୁ ନୟାଗଡରେ ବିଜୟଲାଭ କରିଛନ୍ତି । ୮୧,୪୭୦ ଭୋଟ ପାଇ ସେ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପରାସ୍ତ କରିଛନ୍ତି। ତେବେ ସେଠାରେ ଦୁହିଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା , ହେଲେ ଅରୁଣ ମାତ୍ର ୩୯୬ ଭୋଟରେ ବିଜୟୀ ହୋଇଛନ୍ତି।

ନୟାଗଡ ଗତ ୨୪ବର୍ଷ ହେଲା ବିଜେଡିର ଗଡ଼ ରହିଛି । ବିଜେଡିର ଟାଣୁଆ ନେତା ଅରୁଣ ସାହୁ ନୟାଗଡରୁ ଗତ ଚାରିଥର ହେଲା ଜିତିଆସୁଛନ୍ତି । ଏଥର ମଧ୍ୟ ନୟାଗଡ଼ରେ ବିଜୟ ଲାଭ କରିଛନ୍ତି ଅରୁଣ ।

Advertisement

Leave a Reply

Your email address will not be published. Required fields are marked *