ଭୟଙ୍କର ଭୂଷ୍କଳନ, ମଝିରୁ ଧସିଲା ଭାରତ-ଚୀନ ସୀମାନ୍ତ ଜାତୀୟ ରାଜପଥ ।
1 min readଭୟଙ୍କର ବର୍ଷାରେ ଭୂଷ୍କଳନ । ଧସିଗଲା ଭାରତ-ଚୀନ ସୀମାନ୍ତ ଜାତୀୟ ରାଜପଥ । ଗୁରୁବାର ଦିନ ଅରୁଣାଚଳ ପ୍ରଦେସରେଏକ ବଡ ଧରଣର ଭୂସ୍ଖଳନ ଘଟି ଜାତୀୟ ରାଜପଥ-୩୩ ର ଏକ ପ୍ରମୁଖ ଅଂଶ ଧୋଇ ହୋଇଯାଇଛି । ଏହି ଭୂସ୍ଖଳନ ଚୀନ୍ ସୀମାବର୍ତ୍ତୀ ଜିଲ୍ଲା ଦିବାଙ୍ଗ୍ ଉପତ୍ୟାକା ସହିତ ସଡକ ସଂଯୋଗକୁ ବ୍ୟହତ କରିଛି ।
ବୁଧବାର ଦିନ ଉତ୍ତରପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେବାପରେ ଦିବାଙ୍ଗ୍ ଉପତ୍ୟ।କା ଜାତୀୟ ରାଜପଥର ହନଲି ଏବଂ ଅନିନି ମଧ୍ୟରେ ଅନେକ ଭୂ୍ସ୍ଖଳନ ଘଟିଥିବାର ଅଧିକାରୀମାନେ କହିଛନ୍ତି । ଏହାର ଭିଡିଓ ମଧ୍ୟ ଏକ୍ସରେ ପୋଷ୍ଟ ହୋଇଛି । ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍(NHIDCL)ରାଜପଥର କ୍ଷତିଗ୍ରସ୍ତ ଅଂଶଗୁଡିକର ମରାମତି କାର୍ଯ୍ୟ ଆରମ୍ଭ କରିଛି। କିନ୍ତୁ ଲଗାତାର ବର୍ଷା ହେତୁ ମରାମତି ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଶାସନର କହିବା ଅନୁଯାୟୀ, ପରିସ୍ଥିତି ସ୍ୱାଭାବିକ ହେବା ପାଇଁ ଅତି କମରେ ତିନି ଦିନ ଲାଗିବ।
ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍(NHIDCL)ରାଜପଥର କ୍ଷତିଗ୍ରସ୍ତ ଅଂଶଗୁଡିକର ମରାମତି କାର୍ଯ୍ୟ ଆରମ୍ଭ କରିଛି। କିନ୍ତୁ ଲଗାତାର ବର୍ଷା ହେତୁ ମରାମତି ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଶାସନର କହିବା ଅନୁଯାୟୀ, ପରିସ୍ଥିତି ସ୍ୱାଭାବିକ ହେବା ପାଇଁ ଅତି କମରେ ତିନି ଦିନ ଲାଗିବ।
ନ୍ୟସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ତଥ୍ୟ ଅନୁ୍୍ଯାୟୀ ଏହାପୂର୍ବରୁ ଏପ୍ରିଲ ୨୦ ରେରିକ୍ଟର ଉପରେ୩.୦ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଶନିବାର ଅରୁଣାଚଳ ପ୍ରଦେଶରେ ପଶ୍ଚିମ କାମେଙ୍ଗ ଅଞ୍ଚଲରେ ଅନୁଭୂତ ହୋଇଥିଲା ।