ପ୍ରଚାର ଛାଡି ଏବେ ବିଶ୍ରାମ ନେବେ ଅରୂପ ପଟ୍ଟନାୟକ , ଆଜି ରାଲି ସମୟରେ ଗାଡିରୁ ଓଲଟି ପଡିଥିଲେ ।
1 min readଅସହ୍ୟ ମୁଣ୍ଡ ଫଟା ଖରାରେ ନିର୍ବାଚନ ପ୍ରଚାର ନେତାଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟିଛି । ଆଜି ପିପିଲିରେ ବିଜେଡିର ରାଲି ଚାଲିଥିବା ବେଳେ ପ୍ରଚାର ଗାଡିରେ ଅୁସୁସ୍ଥ ହୋଇପଡିଥିଲେ ଅରୂପ ପଟ୍ଟନାୟକ । ଏଥର ପୁରୀରୁ ଅରୂପ ପଟ୍ଟନାୟକଙ୍କୁ ଦଳ ଲୋକସଭା ଟିକେଟ୍ ଦେଇଛି। ସେଥିପାଇଁ ସେ ଜୋରଦାର ପ୍ରଚାର ଆରମ୍ଭ କରିସାରିଥିଲେ ।
ଆଜି ପ୍ରଚାର ଗାଡିରେ ଠିଆ ହୋଇ ପ୍ରଚାର କରୁଥିବା ବେଳେ ହଠାତ୍ ଲେଉଟି ପଡିଲେ ଅରୂପ। ପାଖରେ ଥିବା ସହଯୋଗିମାନେ ତାଙ୍କୁ ତୁରନ୍ତ ପାଣି ଛିଞ୍ଚିବା ସହ ତାଙ୍କୁ ପିପିଲି ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କର ବିପି(ବ୍ଲଡ ପ୍ରେସର୍) ଚେକ କରିଥିଲେ। ବିପି ୮୦/୬୭ ଥିବା ଜାଣି ଡାକ୍ତର ତାଙ୍କୁ ସାଲାଇନ ଦେବାକୁ କହିଥିଲେ ।
ପରେ ସେ ଅନ୍ୟତ୍ର ଚିକିତ୍ସିତ ହୋଇଥିଲେ । ଏବଂ ସୁସ୍ଥ ହୋଇ ଗଣମାଧ୍ୟମ ସାମ୍ନାକୁ ପୁଣି ଫେରିଛନ୍ତି ଅରୂପ । କିନ୍ତୁ ଡାକ୍ତର ତାଙ୍କୁ ପ୍ରଚାରରୁ ଦୂରେଇ ରହବାକୁ କଡା ପରାମର୍ଶ ଦେଇଥିବା ସେ କହିଛନ୍ତି । ତେଣୁ ନିଜ ସ୍ୱାସ୍ଥ୍ୟ ପାଇଁ ସେ ପ୍ରଚାରରୁ ଦୂରେଇ ରହିବାକୁ ନିଷ୍ପତି ନେଇଛନ୍ତି ।