Pratidin TV

Odisha's Digital News Platform

ମହିଳାଙ୍କ ପାଇଁ ଆସିଲା ବଡ଼ ଖବର ,ପ୍ରତି ମାସରେ ମିଳିବ ୧୦୦୦ ଟଙ୍କା…

1 min read

ମହିଳାଙ୍କ ପାଇଁ ଆସିଲା ବଡ଼ ଖବର। ମହିଳାଙ୍କ ପାଇଁ ଏହି ଖୁସି ଖବର ଆଣିଥିଲେ ରାଜ୍ୟ ସରକାର। ଗୃହିଣୀମାନଙ୍କୁ ମାସକୁ 1000 ଟଙ୍କା ଦେବାର ଦେଇଛନ୍ତି ପ୍ରତିଶୃତି ।ଆମ ଆଦମୀ ପାର୍ଟି ଆଜି ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ସମୟରେ ଏଏପି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ। ସେ ସମ୍ବୋଧନ କରି କହିଛନ୍ତି ଯେ କେଜରିୱାଲ ମାଗଣା ଉପହାର ଦିଅନ୍ତି। ଉପହାର ଥଳି ଦେଖାଇ କେଜରିୱାଲ କହିଛନ୍ତି, ମୋର ଆଜି ମାଗଣା ଉପହାର ଅଛି। ଏଥିରେ ୭ଟି ଉପହାର ରହିଛି। ଯେତେବେଳେ ଆପଣମାନେ ଏଠାରୁ ଯିବେ, ସେତେବେଳେ ଆପଣଙ୍କୁ ଗୋଟିଏ ପ୍ୟାକେଟ ମିଳିବ।

କେଜରିୱାଲଙ୍କ ୬ଟି ମାଗଣା ଉପହାର, ମାଗଣା ବିଦ୍ୟୁତ୍‌, ମାଗଣା ଜଳ, ବୟସ୍କମାନଙ୍କ ପାଇଁ ତୀର୍ଥଯାତ୍ରା, ମହିଳାମାନଙ୍କ ପାଇଁ ମାଗଣା ବସ ଯାତ୍ରା, ମାଗଣା ବିଶ୍ୱ ସ୍ତରୀୟ ଶିକ୍ଷା, ମାଗଣା ଔଷଧ ଏବଂ ଚିକିତ୍ସା। ଏବେ କେଜରିୱାଲଙ୍କ ସପ୍ତମ ମାଗଣା ଉପହାର ହେବ, ପ୍ରତି ମାସରେ୧୦୦୦ ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଯିବ। ସେ ଆହୁରି ମଧ୍ୟ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଦିଲ୍ଲୀ ଜନତାଙ୍କ ଭଲପାଇବା, ସମର୍ଥନ ଏବଂ ବିଶ୍ୱାସ ମୋର ସଚ୍ଚୋଟତାର ପ୍ରମାଣ ହେବ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ଅର୍ଥ ହେଉଛି ଡବଲ ଲୁଟ। ଗତ ସାତ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ଡବଲ ଇଞ୍ଜିନ ସରକାର ଅଛି, କିନ୍ତୁ ଏହା ବିଫଳ ହୋଇଛି।

Advertisement

Leave a Reply

Your email address will not be published. Required fields are marked *