ସ୍ବାମୀଙ୍କ ଜାମିନ୍ ରୋକ୍ ଉପରେ ସୁନୀତା କେଜ୍ରିୱାଲଙ୍କ ତୀବ୍ର ପ୍ରତିକ୍ରିୟା କହିଲେ ଦେଶରେ ଚାଲିଛି ଏକଛତ୍ରବାଦୀ ଶାସନ
1 min readବହୁଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ଜାମିନ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନାମଞ୍ଜୁର କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆମେ ଏହି ମାମଲାର ଶୁଣାଣି ନକରିଛୁ ସେ ପର୍ଯ୍ୟନ୍ତ ନିମ୍ନ ଅଦାଲତର ଆଦେଶ କାର୍ଯ୍ୟକାରୀ ହେବ ନାହିଁ। ଏପରି ପଦକ୍ଷପ ଉପରେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଦେଇଛନ୍ତି ତୀବ୍ର ପ୍ରତିକ୍ରିୟା ।
ସୁନୀତା କେଜ୍ରିୱାଲ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଜାମିନ ମିଳିଲା, ଆଦେଶ କାର୍ଯ୍ୟକରାଇ ନ ହେବା ପୂର୍ବରୁ , ଇଡି ହାଇକୋର୍ଟରେ ପହ୍ଞ୍ଚିଛି । ଏଥିରୁ ଜଣାପଡୁଛି ଯେ ଅରବିନ୍ଦ କେଜ୍ରିୱାଲ ସବୁଠାରୁ ଅଧିକ ଚାହୁଁଛନ୍ତି। ଏହା ହେଉଛି ଏକଛତ୍ରବାଦୀ ଶାସନ। ଆଶା କରୁଛି ହାଇକୋର୍ଟ ନ୍ୟାୟ କରିବେ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କେଜ୍ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା। ଇଡି ଏହାର ଆବେଦନରେ କହିଥିଲା ଯେ, ତଦନ୍ତର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିବା ତଦନ୍ତ ଉପରେ ପ୍ରଭାବ ପକାଇବ କାରଣ କେଜ୍ରିଓ୍ବାଲ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି। କେଜରିୱାଲଙ୍କ ଜାମିନ ଆବେଦନ ବିରୋଧରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନିମ୍ନ ଅଦାଲତର ଆଦେଶ ଶୁଣାଣି ପର୍ଯ୍ୟନ୍ତ ରହିବ ସ୍ଥଗିତ । ଅର୍ଥାତ୍ ହାଇକୋର୍ଟ ଏହି ମାମଲାର ଶୁଣାଣି ନକରିବା ପର୍ଯ୍ୟନ୍ତ କେଜରିୱାଲଙ୍କୁ ତିହାର ଜେଲରୁ ମୁକ୍ତ କରାଯିବ ନାହିଁ।