Pratidin TV

Odisha's Digital News Platform

ଜେଲ ରୁ ବାହାରିଲେ କେଜ୍ରିୱାଲ , କୋର୍ଟ ରଖିଲା ଏହି ସବୁ ସର୍ତ୍ତ ..

ଦୀର୍ଘ 6ମାସ ପରେ  ଜେଲ୍‌ରୁ ବାହାରିବେ କେଜ୍ରିୱାଲ୍‌। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛି ।୧୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ବଦଳରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି।  ତେବେ କେଜ୍ରିୱାଲ୍‌ଙ୍କ ଜାମିନ ପାଇଁ କିଛି ସର୍ତ୍ତ ରଖିଛି କୋର୍ଟ  । ଜେଲ୍‌ରୁ ମୁକୁଳିବା ପରେ କେଜ୍ରିୱାଲ ନିଜ କାର୍ଯ୍ୟାଳୟକୁ ଯାଇ ପାରିବେନି କି କୌଣସି ଫାଇଲ୍‌ରେ ଦସ୍ତଖତ କରି ପାରିବେନି।  ସାର୍ବଜନୀନ ସ୍ଥାନରେ ଏହି ମାମଲାରେ ସେ କୌଣସି ବୟାନ ବା ଟିପ୍ପଣୀ ଦେଇ ପାରିବେନି ବୋଲି ବି ତାଗିଦ କରିଛନ୍ତି ସୁପ୍ରିମକୋର୍ଟ ।

ଶୁକ୍ରବାର ପୂର୍ବାହ୍ନରେ ଏକ ସଂକ୍ଷିପ୍ତ ଅଧିବେଶନରେ ଜଷ୍ଟିସ ଉଜ୍ବଳ ଭୁୟାଁ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଦୁଇଟି ନିବେଦନ ଉପରେ ପୃଥକ ରାୟ ଦେଇଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରାଯିବା ଆବଶ୍ୟକ ବୋଲି ଉଭୟ ସହମତ ପ୍ରକାଶ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ପୂର୍ବରୁ କେଜ୍ରିୱାଲ୍‌ଙ୍କୁ ପୂର୍ବରୁ ବରିଷ୍ଠ ଆପ୍‌ ନେତା ମନୀଷ ସିସୋଡିଆ, ସଞ୍ଜୟ ସିଂ, ବିଜୟ ନାୟାର ଏବଂ ଭାରତ ରାଷ୍ଟ୍ର ସମିତିର କେ କବିତା ଆଦି ମଦ ନୀତି ମାମଲାରେ ଜେଲ୍‌ରୁ ତାଙ୍କୁ ଜାମିନ ମିଳିସାରିଛି ।ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୧ ତାରିଖରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହାପରଠୁ ସେ ଜେଲ୍‌ରେ ଥିବା ବେଳେ ଲୋକସଭା ନିର୍ବାଚନ ପୂର୍ବରୁ ୩ ସପ୍ତାହର ଜାମିନ ପାଇଥିଲେ।

Leave a Reply

Your email address will not be published. Required fields are marked *