Pratidin TV

Odisha's Digital News Platform

ବିଧାନସଭାରେ ବଦଳିଲା ଅରବିନ୍ଦ କେଜ୍ରିୱାଲଙ୍କ ଆସନ..

1 min read

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଅରବିନ୍ଦ କେଜରିୱାଲଙ୍କର ସବୁ କିଛି ବଦଳି ଯାଇଛି ।  ଏପରିକି ବିଧାନସଭାରେ ଅରବିନ୍ଦ କେଜରିୱାଲଙ୍କ ଚେୟାର ବଦଳିଛି। ଦିନେ ଯିଏ ପ୍ରଥମ ଆସନରେ ବସୁଥିଲେ ସେ ଆଜି ଶେଷ ଧାଡିରେ ବସିଛନ୍ତି।  ଏବେ କେଜରିୱାଲଙ୍କ ସିଟ ନମ୍ବର ୧ ରୁ ୪୧କୁ ବଦଳିଛି ।   ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଧାନସଭାର ସିଟ ନମ୍ବର ୧ ରେ ବସିବେ ଏବଂ ସୌରଭ ଭରଦ୍ୱାଜ ସିଟ୍‌ ନମ୍ବର ୨ରେ ବସିବେ। ଯେଉଁଠାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସିଟ ୪୦ରେ ରହିଛି।

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରୁ ଜାମିନରେ ବାହାରିବା ପରେ ଅରବିନ୍ଦ କେଜ୍ରିଓ୍ୱାଲ ସେପ୍ଟେମ୍ବର ୧୭ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କେଜ୍ରିୱାଲଙ୍କ ଇସ୍ତଫା ପରେ ଆମ୍ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ତାଙ୍କ ସ୍ଥାନରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଥିଲା। କହିରଖୁ ଯେ, ଆସନ୍ତା ବର୍ଷ ତଥା ୨୦୨୫ ଫେବ୍ରୁଆରୀ ମାସରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ।

Advertisement

Leave a Reply

Your email address will not be published. Required fields are marked *