Pratidin TV

Odisha's Digital News Platform

ପୁଣି ୧୪ ଦିନ ପାଇଁ ତିହାର ଜେଲ୍ ଗଲେ କେଜ୍ରିୱାଲ ଓ କେ କବିତା…

ପୁଣି ଥରେ ଜେଲ୍ ଗଲେ କେଜ୍ରିୱାଲ ଓ କେ କବିତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଆରଏସକେ ନେତ୍ରୀ କେ କବିତା ଉଭୟଙ୍କୁ ୧୪ ଦିନ ନ୍ୟାୟିକ ହେପାଜତକୁ ନିଆଯାଇଛି । ଉଭୟ ଏବେ ତିହାର ଜେଲ୍ ରେ ରହିଛନ୍ତି । ଦୁହିଁଙ୍କୁ ମେ’ ୭ରେ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି । ଦିଲ୍ଲୀ ମଦ ନିତି ଦୁର୍ନିତ ମାମଲାରେ ତାଙ୍କ ହେପାଜତକୁ ୧୪ ଦିନ ବୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେପୁଣିଥରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତିହାର ଜେଲରେ ରହିବାକୁ ଯାଉଛନ୍ତି ।

କବିତାଙ୍କୁ ତିହାର ଜେଲରେ ମଧ୍ୟ ରଖାଯାଇଛି । ଦିଲ୍ଲୀ ମଦ ନତି ସହ ଜଡିତ ସିବିଆଇ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ କବିତାଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି । କେଜ୍ରିୱାଲ, ଏବଂ କବିତା ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । ଗତ ମାସରେ ମାର୍ଚ୍ଚ ୨୧ ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ସେହିଭଳି କେଜ୍ରିୱାଲ ଗିରଫ ହେବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ଇଡି ମାର୍ଚ୍ଚ ୧୫ ରେ ହାଇଦ୍ରାବାଦରୁ କବିତାଙ୍କୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *