Pratidin TV

Odisha's Digital News Platform

ଆପ ନେତାଙ୍କ ବଡ଼ ବୟାନ , ଜେଲ୍‌ରେ କମିଗଲା କେଜ୍ରିୱାଲଙ୍କର ୮ କେଜିରୁ ଅଧିକ ଓଜନ ..

1 min read

 ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ସୁପ୍ରିମୋ  ଅରବିନ୍ଦ କେଜ୍ରିୱାଲ୍‌ ମଦ ଦୁର୍ନୀତି ମାମଲାରେ ଜେଲ୍‌ରେ ରହିଛନ୍ତି । ଯାହାଫଳରେ  ଜେଲ ଭିତରେ ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା  ଅବନତି ହେଉଥିବା ଜଣାପଡ଼ିଛି । ଏହାକୁ ନେଇ  ଏବେ ମୁଁହ ଖୋଲିଛନ୍ତି  ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ।

ସେ  କହିଛନ୍ତି ଯେ, କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜୀବନ ସହ ଖେଳୁଛନ୍ତି । ଏକ ସାମ଼୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ କେଜ୍ରିୱାଲଙ୍କ ସ଼୍ବାସ୍ଥ୍ୟାବସ୍ଥା ଏତେ ମାତ୍ରାରେ ଖରାପ ହୋଇପଡ଼ିଛି ଯେ, ଯଦି ତାଙ୍କୁ ଶୀଘ୍ର ଜେଲ୍‌ରୁ ବାହାର ନକରାଯାଏ ଏବଂ ତାଙ୍କର ଚିିକିତ୍ସା ନକରାଯାଏ ତେବେ କେତେବେଳେ ବି ପରିସ୍ଥିତି ଗମ୍ଭୀର ହୋଇପାରେ ।

Advertisement

କେଜ୍ରିୱାଲଙ୍କର ୮ କେଜିରୁ ଅଧିକ ଓଜନ ହ୍ରାସ ହୋଇଛି। ଏହାସହ ତାଙ୍କର ବ୍ଲଡ୍‌ ସୁଗାର ମଧ୍ୟ ଜେଲରେ ରହିଥିବା ସମୟରେ ୫ ଥର ୫୦ଏମ୍‌ଜିରୁ କମ୍‌ ହୋଇଛି । ସେ କହିଛନ୍ତି ଯେ, ୩୧ ମାର୍ଚ୍ଚରେ ଯେତେବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଏହି ମାମଲାରେ ଗିରଫ କଲା ସେତେବେଳେ ତାଙ୍କର ଓଜନ ୭୦ କେଜି ରହିଥିଲା । କିନ୍ତୁ ଏବେ ତାଙ୍କର ଓଜନ ହ୍ରାସ ପାଇ ୬୧.୫ କେଜି ରହିଥିବା ସେ କହିଛନ୍ତି । ତାଙ୍କର ଏପରି ଓଜନରେ ହ୍ରାସ ପାଇବା କୌଣସି ଗମ୍ଭୀର ରୋଗର ସଙ୍କେତ ହୋଇଥାଇପାରେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *