Pratidin TV

Odisha's Digital News Platform

ହୋଇଗଲା ଫାଇନାଲ! ଏହି ଘରେ ରହିବେ ଅରବିନ୍ଦ କେଜରିଓ୍ବାଲ..

1 min read

ବଦଳିଯାଇଛି ଅରବିନ୍ଦ କେଜରିୱାଲ ଙ୍କ ଘର ଠିକଣା । କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ , ବର୍ତ୍ତମାନ ତାଙ୍କୁ ତାଙ୍କ ସରକାରୀ ବଙ୍ଗଳା ଛାଡିବାକୁ ପଡିଛି । ଏହାପରେ ସେ କେଉଁଠି ରହିବେ? ଏହାକୁ ନେଇ ଚାଲିଥିଲା ଅନେକ ପ୍ରଶ୍ନ  ।  ବର୍ତ୍ତମାନ କେଜରିଓ୍ବାଲଙ୍କ କେଉଁଠି ରହିବେ ଏନେଇ ଚୂଡାନ୍ତ ହୋଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସେ ତାଙ୍କ ନୂଆ ଘରକୁ ଯିବେ ବୋଲି ଆଶା କରାଯାଉଛି। କେଜରିଓ୍ବାଲଙ୍କ ନୂଆ ବାସଭବନ ଫେରୋଜଶା ରୋଡରେ ରହିବ। ତେବେ ବଙ୍ଗଳାକୁ ନେଇ ଏବେ ବି ସନ୍ଦେହ ଲାଗି ରହିଛି।

କେଜରିଓ୍ବାଲ ଅନେକ ଥର କହିଛନ୍ତି ଯେ, ସେ ଏପର୍ଯ୍ୟନ୍ତ ଦିଲ୍ଲୀରେ ନିଜ ପାଇଁ କୌଣସି ଘର ନିର୍ମାଣ କରିନାହାଁନ୍ତି। ସେ ଏପରି ଏକ ଘର ଚାହୁଁଛନ୍ତି ଯେଉଁଥିରେ କୌଣସି ବିବାଦ ହେବନାହିଁ। ଏଥିସହ ସେ ଚାହୁଁଛନ୍ତି ବିଧାନସଭା ନିକଟରେ ଏକ ଘରେ ରହିବେ ଯାହାଦ୍ୱାରା ସେ ଲୋକଙ୍କ ସହ ଯୋଡି ହୋଇ ରହିପାରିବେ।

Advertisement

Leave a Reply

Your email address will not be published. Required fields are marked *