Pratidin TV

Odisha's Digital News Platform

ଜେଲ୍ରୁ ବାହାରିଲେ ଅରବିନ୍ଦ କେଜ୍ରିୱାଲ , ଓଦା ହୋଇ ଛତା ଧରି ସମସ୍ତେ କଲେ ସ୍ୱାଗତ ..

ଦୀର୍ଘ ୬ ମାସର ଅପେକ୍ଷା ର ଘଟିଲା ଅନ୍ତ । ଜେଲ୍ରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବେଲ ମିଳିବା ପରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେ ତିହାର ଜେଲରୁ ବାହାରିଛନ୍ତି। ଜେଲ୍ରୁ ବାହାରିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।

ବାହାରକୁ ଆସି ସେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ, ଲକ୍ଷ ଲକ୍ଷ ଲୋକେ ଯେଉଁମାନେ ମୋ’ ଲାଗି ପ୍ରାର୍ଥନା କରୁଥିଲେ, ସେମାନଙ୍କ ଆଶୀର୍ବାଦରୁ ମୁଁ ଆଜି ବାହାରକୁ ବାହାରିଛି। ଜେଲ୍‌ର କାନ୍ଥ କେଜ୍‌ରିୱାଲର ଧର୍ଯ୍ୟକୁ ଭାଙ୍ଗି ପାରିବ ନାହିଁ। କେଜ୍‌ରିୱାଲ କହିଛନ୍ତି ଯେ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେପରି ଭଗବାନ ମୋତେ ବର୍ତ୍ତମାନ ପର୍ଯ୍ୟନ୍ତ ଶକ୍ତି ପ୍ରଦାନ କରିଛନ୍ତି, ଭଗବାନ ମଧ୍ୟ ମୋତେ ପଥ ଦେଖାଇବା ଉଚିତ୍, ମୁଁ ଦେଶ ସେବା କରିବା ଉଚିତ୍।

ଯେଉଁମାନେ ଦେଶକୁ ବିଭାଜନ ତଥା ଦୁର୍ବଳ କରିବାକୁ କାର୍ଯ୍ୟ କରୁଛନ୍ତି, ମୁଁ ସେମାନଙ୍କ ଜୀବନସାରା ସେମାନଙ୍କ ବିରୁଦ୍ଧରେ ଲଢ଼ିବା ଜାରି ରଖିବି।ରାଜଧାନୀରେ ଢୁଢୁ ବର୍ଷା ହେଉଥିଲେ ମଧ୍ୟ ଏହା ଆପ୍‌ର ନେତା ଓ କର୍ମୀଙ୍କ ଉତ୍ସାହକୁ ଫିକା କରିପାରି ନାହିଁ। ସେମାନେ ଓଦା ହୋଇ ଓ ଛତା ଧରି କେଜ୍ରିୱାଲଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି ।କେଜ୍ରିୱାଲଙ୍କ ପତ୍ନୀ ସୁନିତା, ମନ୍ତ୍ରୀ ଆତିଶର, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ, ମନୀଷ ସିସୋଦିଆ ପ୍ରମୁଖ ତିହାର ଜେଲ ପାଖରେ ଉପସ୍ଥିତ ରହି କେଜ୍ରିୱାଲଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଉପସ୍ଥିତ ଲୋକଙ୍କୁ କେଜ୍ରିୱାଲ ଖୋଲା ଗାଡ଼ି ଉପରେ ଛିଡ଼ା ହୋଇ ସମ୍ବୋଧନ କରିଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ପ୍ରଥମେ ଇଡି ଓ ପରେ ସିବିଆଇ ଗିରଫ କରିଥିଲା। ପ୍ରଥମେ ତାଙ୍କୁ ଇଡି ମାମଲାରେ ଜାମିନ ମିଳିଥିଲା । ଆଜି କେଜ୍ରିୱାଲଙ୍କୁ ସିବିଆଇ ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିବା ପରେ ସେ ଜେଲ ରୁ ବାହାରିଛନ୍ତି ।

Leave a Reply

Your email address will not be published. Required fields are marked *