ଇଡିକୁ ପ୍ରଶ୍ନ ବାଣରେ ଘାଇଲା କଲା କୋର୍ଟ , ହେଲେ ମିଳିଲାନି କେଜ୍ରିୱାଲଙ୍କୁ ଜାମିନ ..
1 min readଇଡିକୁ ପ୍ରଶ୍ନ ବାଣରେ ଘାଇଲା ମଧ୍ୟ କଲେ କୋର୍ଟ। ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ପରେ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଦୁଇ ବର୍ଷ କାହିଁକି ଲାଗିଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାର ଅନୁସନ୍ଧାନରେ ଇଡି ନେଇଥିବା ସମୟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଏବଂ କହିଛନ୍ତି ଯେ ଜିନିଷକୁ ସାମ୍ନାକୁ ଆଣିବା ପାଇଁ ଦୁଇ ବର୍ଷ ସମୟ ଲାଗିଛି।ଏଥିସହ ଏହି ମାମଲାର ସାକ୍ଷୀ ଓ ଅଭିଯୁକ୍ତଙ୍କୁ ସିଧାସଳଖ ରୂପେ କାହିଁକି ପ୍ରଶ୍ନ ପଚରାଗଲା ନାହିଁ। ଦୁଇ ବର୍ଷରେ ଏହା ୧୧୦୦ କୋଟି ଟଙ୍କା କିଭଳି ହେଲା? ଆପଣ ପୂର୍ବରୁ ୧୦୦ କୋଟି ଟଙ୍କାର ଏହି ମାମଲା ବୋଲି କହିଥିଲେ।
୨-୩ ବର୍ଷରେ ଏହା କିପରି ୧୧୦୦ କୋଟି ଟଙ୍କା ରେ ପରିଣତ ହେଲା? ବୋଲି ପ୍ରଶ୍ନ କରିଥିଲେ। ସେହିପରି କେଜ୍ରିୱାଲଙ୍କୁ ଗିରଫ କରିବାକୁ କାହିଁକି ଦୁଇବର୍ଷ ସମୟ ଲାଗିଲା ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି। ଏହାର ଏଏସଜି ରାଜୁ କହିଛନ୍ତି ଯେ, ମଦ ଦୁର୍ନୀତି ମାମଲାର ପ୍ରାରମ୍ଭିକ ଯାଞ୍ଚ୍ବେଳେ ସିଧାସଳଖ କେଜ୍ରିୱାଲଙ୍କ ବିରୋଧରେ ଏହା ନ ଥିଲା। ଏଥିପାଇଁ ପ୍ରାରମ୍ଭରେ ତାଙ୍କୁ କୌଣସି ପ୍ରଶ୍ନ ପଚରା ଯାଇ ନ ଥିଲା। ତେବେ ତଦନ୍ତ ବେଳେ କେଜ୍ରିୱାଲଙ୍କ ନାମ ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କୁ ୯ ଥର ସମନ କରାଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ।କୋର୍ଟ କେଜ୍ରିଓ୍ୱାଲଙ୍କ ସପକ୍ଷରେ କିଛି କଥା କହିଥିଲେ ମଧ୍ୟ ତାଙ୍କ ଜାମିନ ଆବେଦନ ଉପରେ କିନ୍ତୁ କିଛି ନିଷ୍ପତ୍ତି ଶୁଣାଇ ନାହାନ୍ତି। ମେ’ ୯ ତାରିଖ ଅବା ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗତ ମାର୍ଚ୍ଚ ୨୧ରେ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ତିହାର ଜେଲ ରେ ନ୍ୟାୟିକ ହେପାଜତରେ ରଖାଯାଇଥିଲା ।