Pratidin TV

Odisha's Digital News Platform

ଇଡିରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ, କହିଲେ ବେଆଇନ ଅଟେ ଇଡିର ନୋଟିସ୍‌..

1 min read

ନୂଆଦିଲ୍ଲୀ : ଇଡିର ଆଜି ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଅର୍ଥାତ ନଭେମ୍ବର୨ ତାରିଖରେ ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍ ପଠାଇଥିଲା । ଆଜି କେଜ୍ରିୱାଲଙ୍କୁ ଜେରା ହେବାକୁ ଥିବାବେଳେ ସେ ହାଜର ହେବେନି ବୋଲି ସିଧାସଳଖ ମନା କରିଛନ୍ତି । ଦିନ ୧୧ଟା ବେଳେ ତାଙ୍କୁ ହାଜର ହେବାର ଥିଲା । ହେଲେ ସେ ଯିବାକୁ ମନା କରି ଦେଇଥିଲେ । ତେବେ ଇଡିରେ ହାଜର ହେବାକୁ ସମୟ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ନିଜ ଓକିଲଙ୍କ ଜରିଆରେ ସମୟ ମାଗିଛନ୍ତି ।

ଆଗକୁ ନିର୍ବାଚନ ଥିବାରୁ ସେ ଏକ ରୋଡ ଶୋରେ ଆଜି ଯୋଗ ଦେବେ ଯାହାଫଳରେ ସେ ଇଡି କାର୍ଯ୍ୟାଳୟକୁ ଯାଇ ପାରିବେ ନାହିଁ । ଅନ୍ୟପଟେ ଆଜି କେଜ୍ରିୱାଲ କେନ୍ଦ୍ରୀୟ ସଂସ୍ଥା ପଠାଇଥିବା ନୋଟିସର ଜବାବ ଦେଇଛନ୍ତି । ଏହି ନୋଟିସ୍ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ମୁଁ ଯେପରି ଚାରିଟି ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ଯାଇପାରିବି ନାହିଁ, ସେହି ଉଦ୍ଦେଶ୍ୟରେ ବିଜେପିର ନିର୍ଦ୍ଦେଶରେ ଏହି ନୋଟିସ୍ ପଠାଯାଇଛି । ଇଡି ଏହି ନୋଟିସ୍ ପ୍ରତ୍ୟାହାର କରିବା ଉଚିତ୍ ବୋଲି କହିଛନ୍ତି କେଜ୍ରିୱାଲ । ତେବେ ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ କେଜ୍ରିୱାଲ । ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପସ୍ଥିତ ରହିବ । ସେଠାରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ କେଜ୍ରିୱାଲ ସିଂଗରୋଲିରେ ରୋଡ୍ ସୋ’ କରିବେ ବୋଲି ଜଣାପଡିଛି ।

ଏହାକୁ ପଢନ୍ତୁ https://www.pratidintv.com/ed-summons-arvind-kejriwal-in-delhi-excise-policy-case/

ସୂଚନାଯୋଗ୍ୟ ଅକ୍ଟୋବର ୩୦ରେ କେଜ୍ରିୱାଲଙ୍କୁ ସମନ୍ ଜାରି କରିଥିଲା ଇଡି । ଏହି ମାମଲାରେ ସିବିଆଇ ଏପ୍ରିଲରେ କେଜ୍ରିୱାଲଙ୍କୁ ପ୍ରାୟ ସାଢ଼େ ୯ ଘଣ୍ଟା ଜେରା କରିଥିଲା । ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ସାଂସଦ ସଞ୍ଜୟ ସିଂହ ଜେଲରେ ଅଛନ୍ତି । ତେବେ ଆଜି ଯଦି ମୁଖ୍ୟମନ୍ତ୍ରୀ ଇଡିରେ ହାଜର ହୋଇଥାନ୍ତେ ତେବେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଦଳ ଆଶଙ୍କା କରୁଥିଲା ।

Leave a Reply

Your email address will not be published. Required fields are marked *