Pratidin TV

Odisha's Digital News Platform

ଅରବିନ୍ଦ କେଜ୍ରିୱାଲଙ୍କ ନୂଆ ଠିକଣା ତିହାର ଜେଲ, ସେଲ୍ ନମ୍ବର ୨

1 min read

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କ ଠିକଣା ପାଲଟିଛି ତିହାରର ଦୁଇ ନମ୍ବର ଜେଲ୍ । କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ କୋର୍ଟ ଏପ୍ରିଲ୍‌୧୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଅନ୍ୟପଟେ କେଜ୍ରିୱାଲଙ୍କ ପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ତିହାରର ଦୁଇ ନମ୍ବର ଜେଲରେ ରଖାଯିବ । ସୋମବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ।ଯେଉଁଠାରୁ ତାଙ୍କୁ ବର୍ତ୍ତମାନ ନ୍ୟାୟିକ ହେପାଜତକୁ ପଠାଯାଇଛି । ଇଡି କୋର୍ଟରେ ନ୍ୟାୟିକ ହେପାଜତ ଦାବି କରିଥିଲେ ।

ସଞ୍ଜୟ ସିଂଙ୍କୁ ଦୁଇରୁ ପାଞ୍ଚ ନମ୍ବରକୁ , ସତ୍ୟେନ୍ଦ୍ରଙ୍କୁ ସାତ ନମ୍ବର ଜେଲ, ମନୀଷ ସିସୋଦିଆଙ୍କୁ ଜେଲ ନମ୍ବର ଏକ ଏବଂ କେ କବିତା ଷଷ୍ଠ ନମ୍ବର ଜେଲରେ ଅଛନ୍ତି । ବହୁ ସଂଖ୍ୟାରେ ଇଇଚ କର୍ମଚାରୀ ତିହାର ଜେଲ ବାହାରେ ବିରୋଧ କରିବାକୁ ଆସିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ସହ ଜେଲ୍ ଭିତରେ ଅରବିନ୍ଦ କେଜ୍ରିୱାଲଙ୍କୁ ୩ଟି ପୁସ୍ତକ – ଭଗବଦ୍ ଗୀତା, ରାମାୟଣ ଓ ସାମ୍ବାଦିକ ନୀରଜା ଚୌଧୁରୀଙ୍କ ଦ୍ୱାରା ଲିଖିତ ‘How Prime Ministers Decide’ ପଢ଼ିବାକୁ ଅନୁମତି ଦେବାକୁ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ ରହୁଥିବାରୁ ଜେଲ୍‌ରେ ତାଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଦେବାକୁ ତାଙ୍କ ଓକିଲ ଆବେଦନ କରିଛନ୍ତି ।

Advertisement


ମାର୍ଚ୍ଚ ୨୧ ତାରିଖରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ୯ଟି ସମନ୍ ପଠାଇବା ପରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ମାର୍ଚ୍ଚ ୨୨ ତାରିଖରେ ତାଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେଇଥିଲା ଇଡି । ୨୮ ତାରିଖରେ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରି ପୁଣି ଥରେ ରିମାଣ୍ଡରେ ନେଇଥିଲା ଇଡି । ସେହି ରିମାଣ୍ଡ ଆଜି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଇଡି ହେପାଜତରେ ରହି ସେ ଦିଲ୍ଲୀ ସରକାରକୁ ଚଲାଉଥିଲେ ।

Leave a Reply

Your email address will not be published. Required fields are marked *