Pratidin TV

Odisha's Digital News Platform

ଇସ୍ତଫା ଦେବାର ୧୫ ଦିନରେ , ନିଜ ବଙ୍ଗଳା ଛାଡ଼ିବେ କେଜ୍ରିୱାଲ ..

1 min read

ଆମ୍ ଆଦମୀ ପାର୍ଟି (AAP) ର ସବୁଠାରୁ ବଡ଼ ନେତା ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଦୁଇ ଦିନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ସିଏମ କେଜ୍ରିୱାଲ କହିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପର୍ଯ୍ୟନ୍ତ ଦଳର ଅନ୍ୟ କେହି ମୁଖ୍ୟମନ୍ତ୍ରୀ ରହିବେ। ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ବିଧାୟକଙ୍କ ଏକ ବୈଠକ ହେବ, ଯେଉଁଥିରେ ପରବର୍ତ୍ତୀ ସିଏମ୍ ନିଷ୍ପତ୍ତି ନିଆଯିବ। ଏଥି ସହିତ ସେ ନଭେମ୍ବରରେ ଦିଲ୍ଲୀ ବିଧାନସଭା ନିର୍ବାଚନ କରିବାକୁ ଦାବି କରିଥିଲେ। କେଜ୍ରିୱାଲ ଦିଲ୍ଲୀର ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଥିଲେ ‘ଯଦି ଆପଣମାନେ ଭାବୁଛନ୍ତି ମୁଁ ସଚ୍ଚୋଟ, ତେବେ ବହୁ ସଂଖ୍ୟାରେ ମୋତେ ଭୋଟ୍ ଦିଅନ୍ତୁ। ନିର୍ବାଚିତ ହେବା ପରେ ମୁଁ ସିଏମ୍ ଚେୟାରରେ ବସିବି।

ହେଲେ ବର୍ତ୍ତମାନ  ଇସ୍ତଫା ଦେବା ପରେ ଅରବିନ୍ଦ କେଜ୍ରିୱାଲ ୧୫ ଦିନ ମଧ୍ୟରେ ନିଜ ବଙ୍ଗଳା ଛାଡିବେ। ତାଙ୍କର ନୂତନ ବାସଭବନ ବିଷୟରେ ମଧ୍ୟ ଆଲୋଚନା ହେଉଛି ଯେ ସେ ଦିଲ୍ଲୀର ଏକ ପୃଥକ ବାସଭବନରେ ରହିବେ ଏବଂ ସେଠାରୁ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ସୂଚନାଯୋଗ୍ୟ, କେଜ୍ରିୱାଲଙ୍କ ଇସ୍ତଫା ପଦକ୍ଷେପ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ଜାମିନ ପ୍ରଦାନବେଳେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଉପରେ ଯେଉଁ ସର୍ତ୍ତ ରଖିଛନ୍ତି ତାହା ସ୍ପଷ୍ଟ କରୁଛି ଯେ କେଜ୍ରିୱାଲ ସିଏମ ଭାବରେ ଅଫିସକୁ ଯାଇପାରିବେ ନାହିଁ କିମ୍ବା ସରକାରୀ ଫାଇଲରେ ଦସ୍ତଖତ କରିପାରିବେ ନାହିଁ। ତେଣୁ ବାଧ୍ୟହୋଇ କେଜ୍ରିୱାଲ ଏଭଳି ନିଷ୍ପତ୍ତି ନେଇଥିବା ବିଜେପି କହିଛି।

Leave a Reply

Your email address will not be published. Required fields are marked *